ଜଗତସିଂହପୁର:ମହାନଦୀରେ ବନ୍ୟା ଜଳ ହ୍ରାସ ପାଉଥିଲେ ମଧ୍ୟ୍ୟ ଏରସମାବାସୀଙ୍କ ଦୁର୍ଦ୍ଦଶା ପିଛା ଛାଡ଼ୁନି । ଏରସମା ଦେଇ ପ୍ରବାହିତ ହଂସୁଆ ନଦୀର ଅଣଖିଆ ନିକଟରେ ଆଜି(ମଙ୍ଗଳବାର) ଏକ 20 ଫୁଟର ଘାଇ ହେବା ଦ୍ବାରା ୫ଟି ପଞ୍ଚାୟତର ପ୍ରାୟ ୧୫ଟି ଗାଁ ଏବେ ଜଳାର୍ଣ୍ଣବ ହୋଇଥିବା ସୂଚନା ମିଳିଛି ।
ସ୍ଥାନୀୟ ଅଞ୍ଚଳର ଷୋମପୁର, ପାଇଦା, ଜିରାଇଲୋ ଆଦି ଗ୍ରାମରେ ପାଣି ପଶିଛି । ଗତ 5ଦିନ ତଳେ ହଂସୁଆ ନଦୀର ଏହି ଠାରେ ଘଳିଆ ପଡିଥିବା ଗ୍ରାମବାସୀମାନେ ଦେଖିଥିଲେ। ପ୍ରଶାସନ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଘଳିଆ ମରାମତି ହୋଇଥିଲା । କିନ୍ତୁ ଆଜି ସେହିଠାରେ ଘାଇ ସୃଷ୍ଟି ହେବାରୁ ଅନେକ ଗାଁ ଜଳାର୍ଣ୍ଣବ ହୋଇଛି । ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବାବେଳେ ସ୍ଥାନୀୟ ଲୋକେ ଘାଇ ସ୍ଥାନରେ ବାଉଁଶ ପୋତି ବାଲି ବସ୍ତା ପକାଉଥିବା ଦେଖିବାକୁ ମିଳିଛି।