ଓଡିଶା

odisha

ETV Bharat / state

Super Cyclone: ବିନାଶକୁ ପୂରିଲା 23 ବର୍ଷ, ଦିନ ଯାଇଛି ଚିହ୍ନ ରହିଛି

ଆଜକୁ ଠିକ୍ ୨୨ ବର୍ଷ ତଳେ ଓଡିଶାରେ ମୃତ୍ୟୁର ତାଣ୍ଡବ ରଚିଥିଲା ମହାବାତ୍ୟା । ସମୁଦ୍ର ଗର୍ଭରୁ ମାଡି ଆସିଥିଲା ମୃତ୍ୟୁର ସୌଦାଗର । ଛାରଖାର ହୋଇଯାଇଥିଲା ଅଧା ଓଡିଶା । ନିମିଷକରେ ଚାଲିଯାଇଥିଲା ହଜାର ହଜାର ଜୀବନ । ଅଧିକ ପଢନ୍ତୁ

By

Published : Oct 29, 2022, 11:08 AM IST

Super Cyclone: ଆଜି ମହାବାତ୍ୟାକୁ ୨୩ ବର୍ଷ
Super Cyclone: ଆଜି ମହାବାତ୍ୟାକୁ ୨୩ ବର୍ଷ

ଭୁବନେଶ୍ବର: ଆଜକୁ ଠିକ୍ ୨୨ ବର୍ଷ ତଳେ ଓଡିଶାରେ ମୃତ୍ୟୁର ତାଣ୍ଡବ ରଚିଥିଲା ଭୟଙ୍କର ସାମୁଦ୍ରିକ ଝଡ(1999 Super Cyclone) । ସମୁଦ୍ର ଗର୍ଭରୁ ମାଡି ଆସିଥିଲା ମୃତ୍ୟୁର ସୌଦାଗର । ୩୫୦ କିମି ବେଗରେ ବହିଥିଲା ପବନ । ମୃତ୍ୟୁରେ କୋଳରେ ଶୋଇ ଯାଇଥିଲେ ୧୦ ହଜାରରୁ ଅଧିକ ଲୋକେ । ମହାବାତ୍ୟାର ବିଭୀଷିକାରେ ଛାରଖାର ହୋଇଥିଲା ଅଧା ଓଡିଶା । ଆଜି ସେହି ପ୍ରଳୟଙ୍କକାରୀ ମହାବାତ୍ୟାକୁ ପୁରିଛି ୨୩ ବର୍ଷ । ସମୟ ସିନା ବିତିଯାଇଛି, କିନ୍ତୁ ଆଜି ବି ପ୍ରଳୟର ସ୍ମୃତି ଅଭୁଲା ହୋଇ ରହିଛି ।

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ଦିନ ଥିଲା ଶୁକ୍ରବାର । ହଠାତ୍ ଆକାଶରେ ଘୋଟି ଆସିଲା କଳା ବାଦଲ । ସୁ ସୁ ଆରମ୍ଭ ହୋଇଗଲା ଅଣଚାଷ ପବନ ସାଙ୍ଗକୁ ଚମକାଇ ଦେଲା ଭଳି ବିଜୁଳି ଆଉ ମୂଷଳଧାରା ବର୍ଷା । ବାତ୍ୟା ହିଟ୍ କରିଥିଲା ଜଗତସିହଂପୁର ଜିଲ୍ଲା ଏରସମାରେ । ଧିରେ ଧିରେ ଆଶାନ୍ତ ହୋଇଥିଲା ସମୁଦ୍ର । ଉପୁଡିଲା ବଡ ବଡ ଗଛ ଆଉ ଭାଙ୍ଗିଲା ଶହ ଶହ ଘର । ନିଶ୍ଚିହ୍ନ ହୋଇଗଲା ଗାଁ ଗଣ୍ଡା । ଯେଉଁଆଡେ ଦେଖିବ ଖାଲି ପାଣି ଆଉ କୁଢ କୁଢ ମୃତଦେହ । ଶହ ଶହ ଜୀବଜନ୍ତୁ ଓ ମଣିଶଙ୍କ ମୃତଦେହ ଚାରିଆଡେ ମଶାଣିର ଭ୍ରମ ସୃଷ୍ଟି କଲା ।

ଅକ୍ଟୋବର ୨୫ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ । ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଥିଲା । ଧିରେ ଧିରେ ପବନର ବେଗ ବଢିବା ସାଙ୍ଗକୁ ଦ୍ରୁତ ଗତିରେ ଓଡିଶାମୁହାଁ ହୋଇଥିଲା ବାତ୍ୟା । ଭୀଷଣ ସାମୁଦ୍ରିକ ଝଡର ରୂପ ନେଇଥିଲା ବିନାଶକାରୀ ବାତ୍ୟା । ଅକ୍ଟୋବର ୨୯ ତାରିଖରେ ଜଗତସିଂହପୁରର ଏରସମାରେ ବାତ୍ୟା ହିଟ କରିଥିଲା । ସେହି ସମୟରେ ଘଣ୍ଟାପ୍ରତି ୨୮୦ରୁ ୩୦୦ କିଲୋମିଟର ବେଗରେ ପବନ ବହିଥିଲା । ସମୁଦ୍ରରୁ ପାଖାପାଖି ୩୦ ଫୁଟ ଉଚ୍ଚ ଜୁଆର ଉଠିଥିଲା । ଏଥିରେ ଜଗତସିଂହପୁର ଜିଲ୍ଲାର ଏରସମା ଓ ବାଲିକୁଦା ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଥିଲା । ଚାରିଆଡେ ପ୍ରଳୟର ପାଦ ଚିହ୍ନ ଛାଡି ଯାଇଥିଲା ମହାବାତ୍ୟା ।

ଏରସମା ବ୍ଲକର ଜପା, ଦହିବର, ଟାଙ୍କଳ ଆଦି ଗ୍ରାମକୁ ମାଡି ଆସିଥିଲା ପାଣି । କିଏ ବାପାକୁ ହରାଇଥିଲା ତ କିଏ ସ୍ବାମୀକୁ । ବାତ୍ୟାରେ ପ୍ରାୟ ୧୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ସରକାରୀ ରିପୋର୍ଟରେ କୁହାଯାଇଥିଲା । ପଶୁପକ୍ଷୀଙ୍କ ମୃତ୍ୟୁର ହିସାବ ଆକଳନ ବାହାରେ ଥିଲା । ବାତ୍ୟାର ପରର ଦୃଶ୍ୟ ଥିଲା ଅତ୍ୟନ୍ତ ଦାରୁଣ । ଦିନ ଦିନ ଧରି ହଜାର ହଜାର ଲୋକେ ଅନ୍ଧାର ରାତି ଓ ଭୋକ ଉପାସରେ କେତେ ରାତି କଟିଥିଲେ । ସେହି ପ୍ରଳୟଙ୍କାରୀ ମହାବାତ୍ୟକୁ ୨୩ ବର୍ଷ ପୂରିଛି । ଦିନ ସିନା ବିତିଛି, ହେଲେ ଏବେ ବି ମହାବାତ୍ୟାରେ ହରାଇଥିବା ନିଜ ଆତ୍ମୀୟଙ୍କୁ ମନେ ପକାଇ ଲୁହ ଗଡାଉଛନ୍ତି ଲୋକେ ।

ABOUT THE AUTHOR

...view details