ଓଡିଶା

odisha

ETV Bharat / state

ଜଗତସିଂହପୁରରେ ଆଉ 16 କୋରୋନା ପଜିଟିଭ ଚିହ୍ନଟ

ଜଗତସିଂହପୁର ଜିଲ୍ଲାରେ ପୁଣି 16 କୋରୋନା ପଜିଟିଭ ଚିହ୍ନଟ। ହେଲେ ଚିନ୍ତା ବଢାଇଛି ଆଳିପିଙ୍ଗଳ ସବ ଜେଲ । ପୁଣି ଜେଲ ମଧ୍ୟରୁ 2 ଜଣଙ୍କ ସ୍ବାବ ନମୂନା ପଜିଟିଭ ଆସିବା ପରେ ଅନ୍ୟ କଏଦୀକୁ ନେଇ ଚିନ୍ତା ବଢ଼ିଛି। ଅଧିକ ପଢନ୍ତୁ...

ଜଗତସିଂହପୁର ଜିଲ୍ଲାରେ ଆଉ 16 କୋରୋନା ପଜିଟିଭ ଚିହ୍ନଟ
ଜଗତସିଂହପୁର ଜିଲ୍ଲାରେ ଆଉ 16 କୋରୋନା ପଜିଟିଭ ଚିହ୍ନଟ

By

Published : Aug 7, 2020, 10:39 PM IST

ଜଗତସିଂହପୁର: ଜିଲ୍ଲାରେ ପୁଣି 16 କୋରୋନା ପଜିଟିଭ ଚିହ୍ନଟ। ତେବେ ଆଳିପିଙ୍ଗଳ ସବଜେଲ ଏବେ ଚିନ୍ତା ବଢାଇଛି। ଆଜି ଜେଲ ମଧ୍ୟରୁ 2 ଜଣଙ୍କ ସ୍ବାବ ନମୂନା ପଜିଟିଭ ଆସିବା ପରେ ଅନ୍ୟ କଏଦୀକୁ ନେଇ ଚିନ୍ତା ବଢ଼ିଛି।

ଜଗତସିଂହପୁର ଜିଲ୍ଲାରେ ଆଉ 16 କୋରୋନା ପଜିଟିଭ ଚିହ୍ନଟ

ଜିଲ୍ଲାରେ ଚିହ୍ନଟ ହୋଇଥିବା 16 ପଜିଟିଭି ମଧ୍ୟରୁ ବାଲିକୁଦାରୁ 2, ଜଗତସିଂହପୁରରୁ 3, ନାଉଙ୍ଗାରୁ 6 ପାରାଦ୍ବୀପରୁ 4 ଓ ରଘୁନାଥପୁରରୁ ଜଣଙ୍କୁ ଚିହ୍ନଟ କରାଯାଇଛି । ଆଳିପିଙ୍ଗଳ ସବ ଜେଲ ଜଣେ କଏଦୀ କୋରୋନାରେ ଆକ୍ରାନ୍ତ ହୋଇ ଏବେ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ସେହିପରି ପାରାଦ୍ବୀପର ତୈଳ ବିଶୋଧନାଗାର କାମ କରୁଥିବା 4 ଜଣଙ୍କଠାରେ କୋରୋନା ପଜିଟିଭ ଥିବା ଦେଖାଯାଇଛି। ଏମାନେ ସମସ୍ତେ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂଘରୋଧ କେନ୍ଦ୍ର ରେ ଥିଲେ ତେବେ ସେମାନଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୂଚନାଥାଉକି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 831 କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ 664 ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସୁଦ୍ଧା ସକ୍ରିୟ ଭାବେ 165 ଜଣ ବିଭାଗ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।ପୂର୍ବରୁ ଜିଲ୍ଲାରେ କୋରୋନା ସଂକ୍ରମଣରେ 2 ଜଣଙ୍କ ମୃତ୍ୟୁ ହୋଇ ସାରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details