ଜଗତସିଂହପୁର: ଦୁଇ ମହିଳାଙ୍କୁ ନିକଟରୁ ବ୍ରାଉନସୁଗାର ଜବତ କଲା ପାରାଦୀପ ଅବକାରୀ ବିଭାଗ । ସେମାନଙ୍କ ନିକଟରୁ 15 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।
ସୂଚନା ଅନୁଯାୟୀ ଆଜି ସକାଳୁ ପାରାଦୀପ ଅବକାରୀ ଥାନା ପୋଲିସ ପେଟ୍ରୋଲିଂ କରିବା ସମୟରେ ଜଗତସିଂହପୁର ଜିଲ୍ଲାପାଳଙ୍କ ତତ୍ବାବଧାନରେ ଅବକାରୀ ବିଭାଗ ସୁପରିଟେଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ କରିଥିଲା । ପାରାଦୀପ ଗଡ ଲକଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ନିକଟରେ ଶୈଳବାଳା ସୁତାର ନାମକ ମହିଳାଙ୍କ ଠାରୁ 7 ଗ୍ରାମ ବ୍ରାଉନ ସୁଗାର ଓ ପାରାଦୀପ ଗଡ ଇଲେକ୍ଟ୍ରିକାଲ ଅଫିସ କାର୍ଯ୍ୟାଳୟ ନିକଟରେ ଅଞ୍ଜଳି ମଲ୍ଲିକ ନାମକ ଅନ୍ୟ ଜଣେ ମହିଳାଙ୍କ ଠାରୁ 8 ଗ୍ରାମ ବ୍ରାଉନ ସୁଗାର ଜବତ କରଲିଥିବା ଅବକାରୀ ବିଭାଗ । ମୋଟ ୧୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାରାଦୀପ ଅବକାରୀ ବିଭାଗ । ତେବେ ଜବତ ହୋଇଥିବା ୧୫ ଗ୍ରାମ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।