ଜଗତସିଂହପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରବିବାର ଜଗତସିଂହପୁରରେ ପୁଣି 13 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ସହରରୁ ଆଜି କେହି କୋରୋନା ପଜେଟିଭ ଚିହ୍ନଟ ହୋଇନଥିବା ବେଳେ ନାଉଗାଁ ରୁ 3, ବିରିଡିରୁ 3, ବାଲିକୁଦାରୁ 3, ପାରାଦ୍ୱୀପରୁ 2 ଏରସମା ଓ ରଘୁନାଥପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଜଗତସିଂହପୁରରେ ପୁଣି 13 କୋରୋନା ପଜିଟିଭ - covid in jagatashingpur
ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ରବିବାର ଜଗତସିଂହପୁରରେ ପୁଣି 13 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜଗତସିଂହପୁରରେ 13 କୋରୋନା ଆକ୍ରାନ୍ତ
ସେମାନେ ନିକଟରେ କର୍ଣ୍ଣାଟକ, ତାମିଲନାଡ଼ୁ, ଦିଲ୍ଲୀ, ପଶ୍ଚିମବଙ୍ଗରୁ ଫେରି ସଙ୍ଘରୋଧ କେନ୍ଦ୍ରରେ ଥିଲେ । ସେମାନଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ସେମାନଙ୍କ ରିପୋର୍ଟ ପଜିଟିଭ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ