ଓଡିଶା

odisha

ETV Bharat / state

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ୧୨ ଘଣ୍ଟିଆ ଜଗତସିଂହପୁର ବନ୍ଦ - ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବୀରେ ଜଗତସିଂହପୁର ବନ୍ଦ

13 ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାର ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ କଟକ ଉପରେ ନିର୍ଭରଶୀଳ । ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଓ ପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ର କଟକକୁ ଉଠାଇ ନିଆ ଯାଉଥିବାରୁ ପ୍ରତିବାଦ ।

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବୀ
ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବୀ

By ETV Bharat Odisha Team

Published : Dec 7, 2023, 3:58 PM IST

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବୀ

ଜଗତସିଂହପୁର: ସହରରେ ଆଜି 12 ଘଣ୍ଟିଆ ବନ୍ଦ ପାଳନ । 13 ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାର ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ କଟକ ଉପରେ ନିର୍ଭରଶୀଳ । ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଓ ପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ର କଟକକୁ ଉଠାଇ ନିଆ ଯାଉଥିବାରୁ ପ୍ରତିବାଦ କରି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଫଳରେ ପୋଷ୍ଟ ଅଫିସ ଛକ ରାସ୍ତା ସହିତ ଥାନାଛକ ରାସ୍ତାକୁ ଅବରୋଧ କରାଯାଇଛି ।

ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଓ ପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ର କଟକକୁ ଉଠାଇ ନିଆ ଯାଉଥିବାରୁ ପ୍ରତିବାଦ କରି ଆଜି ଏହି ବନ୍ଦ ପାଳନ କରାଯାଇଛି । ଦଳମତ ନିର୍ବିଶେଷରେ ଜିଲ୍ଲାର ସମସ୍ତ କର୍ମକର୍ତ୍ତାମାନେ ଆଜି ବନ୍ଦ ପାଳନକୁ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲା ଗଣ ପରିଷଦର ଉପଦେଷ୍ଟା ଆଇନଜୀବୀ ବାସୁଦେବଙ୍କ ନେତୃତ୍ୱରେ ଆଜି ସକାଳୁ ପୋଷ୍ଟ ଅଫିସ ଛକ ରାସ୍ତା ସହିତ ଥାନାଛକ ରାସ୍ତାକୁ ଅବରୋଧ କରାଯାଇଥିଲା ।

ଗତକାଲି ଠାରୁ ଗଣପରିଷଦର କର୍ମକର୍ତ୍ତାମାନେ ଜଗତସିଂହପୁର ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ, ଘରୋଇ ବସ ମାଲିକ ସଂଘ, ବେସରକାରୀ କାର୍ଯ୍ୟାଳୟ ଆଦିକୁ ବନ୍ଦ ରଖି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ଆଜି ସେହିସବୁ ସଂଗଠନ ଗୁଡ଼ିକ ବନ୍ଦ ପାଳନକୁ ସମର୍ଥନ କରି ସମ୍ପୂର୍ଣ୍ଣ ଦୋକାନ ବଜାର ଓ ବସ ଚଳାଚଳ ବନ୍ଦ କରି ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଜିଲ୍ଲା ମାନ୍ୟତା ଦାବିରେ ଆଜି 12 ଘଣ୍ଟିଆ ଆଠଗଡ ବନ୍ଦ ଡାକରା

ଏହି ବନ୍ଦ ପାଳନକୁ ସମର୍ଥନ କରି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କଂଗ୍ରେସକର୍ମୀଙ୍କୁ ନେଇ ଶୋଭାଯାତ୍ରା କରି ରାସ୍ତାରୋକ କରିଥିଲେ । ସେହିଭଳି ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଆଜିର ବନ୍ଦ ପାଳନକୁ ସମର୍ଥନ କରି ବିଜେପିକର୍ମୀ ମାନଙ୍କ ସହ ଆସି ବନ୍ଦ ପାଳନରେ ସାମିଲ ହୋଇଥିଲେ । ଏହି ବନ୍ଦ ପାଳନକୁ ମଧ୍ୟ ଶାସକ ବିଜେଡିର କିଛି ନେତା ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା ।

ଆନ୍ଦୋଳନକାରୀ କହିଛନ୍ତି ଯେ, ‘‘ଜଗତସିଂହପୁର ଜିଲ୍ଲାରେ ପୂର୍ବ ଭାରତର ବୃହତ୍ତମ ପାରାଦ୍ୱୀପ ବନ୍ଦର ସମେତ, 40ରୁ ଅଧିକ ଛୋଟବଡ଼ ଶିଳ୍ପ ପ୍ରତିଷ୍ଠାନ ରହିଛି । ଶିଳ୍ପ ଯୋଗୁ ଏହି ଜିଲ୍ଲାର ପାଣି ପବନ ଓ ମୃତ୍ତିକା ପ୍ରଦୂଷିତ ହେଉଛି । ଫଳରେ ଏହି ଅଞ୍ଚଳର ଲୋକ ଅତି ମାରାତ୍ମକ ରୋଗର ଶିକାର ହେଉଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଏକ ସୁପର ସ୍ପେଶାଲଲିଷ୍ଟ ହସ୍ପିଟାଲ ହୋଇପାରିନାହିଁ । 13 ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାର ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ କଟକ ଉପରେ ନିର୍ଭରଶୀଳ । ଯଦି ଜଣେ ଗୁରୁତର ରୋଗୀ ପାରାଦ୍ବୀପ, ଏରସମା, ବାଲିକୁଦା ଆଦି ଅଞ୍ଚଳରୁ କଟକ ଯାଉଛି ତେବେ ବାଟରେ ତାର ମୃତ୍ୟୁ ହୋଇ ଯାଉଛି । ଶିଳ୍ପର ବିକାଶ ପାଇଁ ସରକାର ଅତି ଉତ୍ସାହିତ ହେଉଥିବା ବେଳେ ପ୍ରଭାବିତ ଜିଲାରେ ସ୍ୱାସ୍ଥ୍ୟ ସେବାକୁ ଅଣଦେଖା କରି ଆସୁଛନ୍ତି । ଯାହାକୁ ଜିଲ୍ଲାବାସୀ କେବେ ବରଦାସ୍ତ କରିବେ ନାହିଁ ।’’ ପଡ଼ୋଶୀ କେନ୍ଦ୍ରାପଡା, ଓ ଯାଜପୁର ଜିଲ୍ଲାରେ ରାଜ୍ୟ ସରକାର ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ କରି ସାରିଥିବା ବେଳେ ଜଗତସିଂହପୁର ଜିଲ୍ଲାକୁ କଣ ପାଇଁ ଅବହେଳା କରାଯାଉଛି ବୋଲି ସେମାନେ ପ୍ରଶ୍ନ ମଧ୍ୟ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details