ଓଡିଶା

odisha

ETV Bharat / state

ଜଗତସିଂହପୁର ଜିଲ୍ଲାରେ ସଂକ୍ରମଣ ବୃଦ୍ଧି, ସର୍ବାଧିକ 101 କୋରୋନା ପଜିଟିଭ ଚିହ୍ନଟ - jagatsinghpur latest news

ଜଗତସିଂହପୁର ଜିଲ୍ଲାରେ ପୁଣି 101 କୋରୋନା ପଜିଟିଭ ଚିହ୍ନଟ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ଅଧିକରୁ ଅଧିକ ଲୋକଙ୍କ କୋରୋନ ଟେଷ୍ଟ କରାଯାଉ ଥିବାରୁ ଅଧିକ ସଂଖ୍ୟକ ସଂକ୍ରମିତଙ୍କୁ ଚିହ୍ନଟ ହେଉଛନ୍ତି । ଅଧିକ ପଢନ୍ତୁ...

ଜଗତସିଂହପୁର ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ସର୍ବାଧିକ 101 କୋରୋନା ପଜିଟିଭ ଚିହ୍ନଟ
ଜଗତସିଂହପୁର ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ସର୍ବାଧିକ 101 କୋରୋନା ପଜିଟିଭ ଚିହ୍ନଟ

By

Published : Aug 25, 2020, 9:52 PM IST

ଜଗତସିଂହପୁର: ଜିଲ୍ଲାରେ ପୁଣି 101 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ କ୍ରମାଗତ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

ଜଗତସିଂହପୁର ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ସର୍ବାଧିକ 101 କୋରୋନା ପଜିଟିଭ ଚିହ୍ନଟ

ଜିଲ୍ଲାରେ ମଙ୍ଗଳବାର ସର୍ବାଧିକ 101 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାରାଦ୍ବୀପରୁ 57 ଜଣ ଚିହ୍ନଟ ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ର 14 ଜଣ ,ପିପିଏଲ କାରଖାନାରୁ 3, ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା 4 ଜଣଙ୍କ ଠାରେ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି। ସେହିପରି ବାଲିକୁଦାରୁ 2, ଏରସମା ରୁ 3, କୁଜଙ୍ଗରୁ 33, ଜଗତସିଂହପୁର ସହରରୁ 3, ରଘୁନାଥପୁରରୁ 1 ଓ ତିର୍ତ୍ତୋଲରୁ 2 ଜଣ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଚଳିତ ମାସର ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଜିଲ୍ଲାରେ ଅଧିକରୁ ଅଧିକ ଲୋକଙ୍କ କୋରୋନ ଟେଷ୍ଟ କରାଯାଉ ଥିବାରୁ ଅଧିକ ସଂଖ୍ୟକ ସଂକ୍ରମିତଙ୍କୁ ଚିହ୍ନଟ ହେଉଛନ୍ତି ।

ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1479 ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ 1016 ଜଣ ସୁସ୍ଥ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା 461 ଜଣ ସକ୍ରିୟ ଆକ୍ରାନ୍ତ ପାରାଦ୍ବୀପ କୋଭିଡ ହସ୍ପିଟାଲ ଓ ଭୁବନେଶ୍ବର କିମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 2 ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details