ଓଡିଶା

odisha

ETV Bharat / state

ଟ୍ରକ ପରିବହନ ଉପରେ କୋରୋନା ମାଡ: ଠିଆ ହୋଇରହିଛି 10 ହଜାର ଟ୍ରକ, ମାଲିକ ଓ କର୍ମଚାରୀ ବେସାହାରା - କୋରୋନା ମାଡରେ ଟ୍ରକ ପରିବହନ

ଶିଳ୍ପୀ ନଗରୀ ପାରାଦ୍ବୀପରେ କରୋନା ଲହରର ଜୋରଦାର ପ୍ରଭାବ । କୋଭିଡ ମାଡରେ ଟ୍ରକ ପରିବହନ ବାଧାପ୍ରାପ୍ତ । ବେସାହାରା ମାଲିକ ଓ କର୍ମଚାରୀ । ଅଧିକ ପଢନ୍ତୁ...

ଟ୍ରକ ପରିବହନ ଉପରେ କୋରୋନା ମାଡ ; ଠିଆ ହୋଇରହିଛି 10 ହଜାର ଟ୍ରକ, ବେସାହାରା ମାଲିକ ଓ କର୍ମଚାରୀ
ଟ୍ରକ ପରିବହନ ଉପରେ କୋରୋନା ମାଡ ; ଠିଆ ହୋଇରହିଛି 10 ହଜାର ଟ୍ରକ, ବେସାହାରା ମାଲିକ ଓ କର୍ମଚାରୀ

By

Published : May 31, 2021, 10:47 PM IST

ଜଗତସିଂହପୁର : ଶିଳ୍ପୀ ନଗରୀ ପାରାଦ୍ବୀପରେ କୋରୋନା ଲହରର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ ଭାବେ ପ୍ରଭାବିତ ହୋଇଛି ଟ୍ରକ ପରିବହନ । ମାଲିକଙ୍କ ସମେତ ଟ୍ରକରେ କାମ କରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଉପରେ କୋରୋନାର ପ୍ରତ୍ୟକ୍ଷ ପଡିଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ହେଲେଣି ଠିଆ ହୋଇରହିଛି 10 ହଜାରରୁ ଅଧିକ ଟ୍ରକ । ଟ୍ରକ ଚଳାଚଳ ବନ୍ଦ ହେତୁ ଏମାନେ ଏବେ ରୋଜଗାର ହରାଇଛନ୍ତି ।

ଟ୍ରକ ପରିବହନ ଉପରେ କୋରୋନା ମାଡ ; ଠିଆ ହୋଇରହିଛି 10 ହଜାର ଟ୍ରକ, ବେସାହାରା ମାଲିକ ଓ କର୍ମଚାରୀ

ଜଗତସିଂହପୁର ଓ ପଡୋଶୀ କେନ୍ଦ୍ରାପଡା ଜିଲ୍ଲାର 10 ହଜାରରୁ ଅଧିକ ଟ୍ରକ ବିଭିନ୍ନ ଶିଳ୍ପ ସଂସ୍ଥାରେ ପରିବହନ ପାଇଁ ନିୟୋଜିତ ହୋଇଥାନ୍ତି। ଏଥିରେ ପ୍ରାୟ 30 ହଜାର ପରିବାର ପ୍ରତିପୋଷଣ ହୋଇଥାନ୍ତି। କିନ୍ତୁ ଲକଡାଉନ ପ୍ରଭାବ ସହିତ ଶିଳ୍ପ ସଂସ୍ଥା ଗୁଡିକ ଉତ୍ପାଦନ ହ୍ରାସ କରିଥିବାରୁ ଟ୍ରକ ମାଲିକ ଓ ସେଥିରେ ନିୟୋଜିତ କର୍ମଚାରୀଙ୍କ ମୁଣ୍ଡରେ ଚଡକ ପଡିଛି। ହଜାର ହଜାର ଟ୍ରକ ରାସ୍ତା କଡରେ ସେମିତି ଠିଆ ହୋଇ ରହିଛନ୍ତି । ଫଳରେ ଟ୍ରକ ମାଲିକମାନେ ବିପୁଳ କ୍ଷତି ସହିବାକୁ ବାଧ୍ୟ ହେଉଥିବାବେଳେ ଟ୍ରକରେ କାର୍ଯ୍ୟରତ ଡ୍ରାଇଭର ଓ ହେଲପରଙ୍କ ଆର୍ଥିକ ଅବସ୍ଥା ଏବେ ସଙ୍କଟରେ। ସେମାନଙ୍କ ପରିବାର ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦେଖିବାକୁ ମିଳିଛି।

ଅପର ପକ୍ଷେ ପାରାଦ୍ବୀପ ପୋର୍ଟ ସମେତ ଅନେକ ସଂସ୍ଥା ଟ୍ରେନ ଯୋଗେ ମାଲ ପରିବହନ କରୁଥିବାରୁ ଏହାର ସିଧାସଳଖ ପ୍ରଭାବ ମଧ୍ୟ ଏମାନଙ୍କ ଉପରେ ପଡିଛି । ଏହାକୁ ନେଇ କେତେକ ସମାଜସେବୀ ଏହା ଉପରେ ପ୍ରଶ୍ନ ଉଠାଇବା ସହ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ପାରାଦ୍ବୀପ ବନ୍ଦର ଓ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷଙ୍କୁ ଟ୍ରକ ଦ୍ବାରା ମାଲ ପରିବହନ କରିବାକୁ ସେମାନେ ନିବେଦନ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details