ଜଗତସିଂହପୁର: ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇଛି ରାଜ୍ୟର ସ୍ଥିତି । ଏହି ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରାମରେ ପଶିଛି ବନ୍ୟାପାଣି । ପାଣି ଗ୍ରାମରେ ପ୍ରବେଶ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । 100ରୁ ଅଧିକ ପରିବାର ପାଣି ଘେରରେ ରହିଛନ୍ତି ।
ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବାର ଚାରି ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବି ପାଣି ଘେରରେ ରହିଛି ବିଭିନ୍ନ ଗ୍ରାମ । ଏରସମା ବ୍ଲକ ଅନ୍ତର୍ଗତ ଆମ୍ବକୀ ପଞ୍ଚାୟତ, ବାଘଡ଼ିଆ ଗ୍ରାମର 100ରୁ ଅଧିକ ପରିବାର । ବର୍ଷାର ପରିମାଣ କମିଥିଲେ ମଧ୍ୟ ସମୁଦ୍ର ପାଣି ଟାଣୁ ନଥିବାରୁ ଏହି ଗ୍ରାମରେ ବର୍ଷା ଜଳ ପଶି ରହିଛି। ପାଣି ଛାଡୁ ନଥିବାରୁ 50ରୁ ଅଧିକ କଚ୍ଚାଘର ଭାଙ୍ଗି ପଡିବା ସହ ମାଟି କାନ୍ଥ ଗୁଡିକ ଧରାଶାୟୀ ହୋଇ ପଡ଼ିଲାଣି। ଯାହାକୁ ନେଇ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗ୍ରାମରେ ପ୍ରଶାସନ ପହଞ୍ଚି ପରି ନଥିବା ଲୋକେ ଅଭିଯୋଗ କରିଛନ୍ତି।