ଓଡିଶା

odisha

By

Published : Dec 23, 2020, 8:40 PM IST

ETV Bharat / state

10 କୋଟିର ଜିଏସଟି ଠକେଇ ଅଭିଯୋଗ

ଜଗତସିଂହପୁର ଜିଲ୍ଲାରେ 10 କୋଟିର ଜିଏସଟି ଠକେଇ ହୋଇଥିବା ଅଭିଯୋଗ । ଠକେଇର ଶୀକାର ହୋଇଥିବା ବ୍ୟକ୍ତିଙ୍କୁ ଆୟକର ବିଭାଗର କର୍ମଚାରୀ କଲେ ପଚରାଉଚରା । ଅଧିକ ପଢନ୍ତୁ...

10 crore GST fraud in jagasingpur
10 କୋଟିର ଜିଏସଟି ଠକେଇ ହୋଇଥିବା ଅଭିଯୋଗ

ଜଗତସିଂହପୁର : ଜିଲ୍ଲାରେ 10 କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଜଣାପଡିବା ପରେ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କେଣ୍ଡାଳ ଗାଁର ପ୍ରତାପ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କର 10 କୋଟି ଟଙ୍କାର କମ୍ପାନୀ ଚାଲୁଥିଲା । ଏନେଇ ଆୟକର ବିଭାଗ ଜାଣିବାକୁ ପାଇଥିଲା ।ପରେ ହଠାତ ଆୟକର ବିଭାଗ ଅଧିକାରୀ ମାନେ ପ୍ରତାପଙ୍କ ଘରେ ପହଞ୍ଚି ପଚରା ଉଚରା କରିଥିଲେ ।

10 କୋଟିର ଜିଏସଟି ଠକେଇ ହୋଇଥିବା ଅଭିଯୋଗ

ପ୍ରତାପ ଜଣେ ଜରି ବ୍ୟାଗ ବେବସାୟୀ ବୋଲି ଅଧିକାରୀ ମାନେ ଜାଣିବାକୁ ପାଇଥିଲେ । ତାଙ୍କ ନାମରେ କେହି ଜଣେ କିଏ 10 କୋଟିର ଭୁତ କମ୍ପାନୀ ଚଳାଉ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । କେହି ଜଣେ ଅଚିହ୍ନା ବ୍ୟକ୍ତି ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଋଣ ଦେବାକୁ କହିଥିଲେ । ପରେ ପ୍ରତାପଙ୍କ ଘରର ସମସ୍ତ କାଗଜ ପାତ୍ର, ପ୍ରତାପଙ୍କ ଆଧାର କାର୍ଡ, ପ୍ୟାନ କାର୍ଡ ନେଇ ଥିବା ସେ ଅଭିଯୋଗ କରିଛନ୍ତି ।

ଜଗତସିଂହପୁରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details