ଭୁବନେଶ୍ୱର: ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଯାଇ ରାଜ୍ୟ ସରକାର କରିଛନ୍ତି କାଳିଆ ଯୋଜନା। ଏହି ଯୋଜନାର ଟଙ୍କା ହିତାଧିକାରୀ ପଖରେ ପହଞ୍ଚିବା ପୂର୍ବରୁ ବ୍ୟାଙ୍କ କାଟି ନେଉଥିବା ଅଭିଯୋଗ ଆସିଛି । ଏପରି ଅନେକ ଅଭିଯୋଗ ଆସିଲା ପରେ ତତ୍ପର ହୋଇଉଠିଛି ପ୍ରଶାସନ। ସେପଟେ କଟିଥିବା ଟଙ୍କାକୁ ହିତାଧିକାରୀଙ୍କ ଖାତାକୁ ଟ୍ରାନ୍ସଫର କରାଯାଇଛି ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ କହିଛନ୍ତି।
ବିଭିନ୍ନ ଜିଲ୍ଲାରେ କାଳିଆ ଯୋଜନାର ଟଙ୍କା କଟିବା ଅଭିଯୋଗ ଆସିବା ବ୍ୟାଙ୍କର୍ସ କମିଟିର ଆବାହକ କେସି ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏଣିକି ଆଉ କୌଣସି କାଳିଆ ହିତାଧିକାରୀଙ୍କ ଆକାଉଣ୍ଟରୁ ଟଙ୍କା କଟା ଯିବ ନାହିଁ। ଯେଉଁମାନଙ୍କର ଟଙ୍କା କଟିଥିଲା ତାହାକୁ ଫେରସ୍ତ କରାଯାଇଛି। ପୂର୍ବରୁ ବ୍ୟାଙ୍କରେ ହିତାଧିକାରୀଙ୍କ ଋଣ ଥିଲେ ସୁଦ୍ଧା ତାହାର କିସ୍ତି ବା ସୁଧ ହିସାବରେ ଟଙ୍କାଟିଏ କଟିବ ନାହିଁ ।