ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କୁମୁଟିଘାଇ ଗାଁରେ ଅଭାବନୀୟ ଘଟଣା । ଏଠାରେ ଜଣେ ଯୁବକ ଥାନାରୁ ବାହାରି ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ହେଲେ ବିଶ୍ବନାଥ ପ୍ରଧାନ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।
ସୂଚନା ଅନୁସାରେ ବିଶ୍ବନାଥ ଗାଁର ଏକ ଝିଅକୁ ଭଲ ପାଉଥିଲା । ହେଲେ ପ୍ରେମିକାକୁ ବିବାହ କରିବେନି ବୋଲି ପ୍ରତିଶୃତି ଦେଇନଥିଲା ବିଶ୍ବନାଥ । ଗାଁଲୋକେ ବିଶ୍ବନାଥର ପ୍ରେମ ସମ୍ପର୍କରେ ଜାଣିବା ପରେ ତାକୁ ସେହି ଝିଅ ସହ ଜବରଦସ୍ତ ବିବାହ କରିବାକୁ ଚାପ ପକାଇଥିଲେ । କିନ୍ତୁ ବିବାହ କରିବାକୁ ନାରାଜ ଥିଲେ ବିଶ୍ବନାଥ । ଏନେଇ ଗାଁର ସରପଞ୍ଚ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ।