ଓଡିଶା

odisha

ETV Bharat / state

ଗଞ୍ଜାମ ଗସ୍ତରେ ୩୮ ଯୁବ IAS, ଭାରତ ଦର୍ଶନ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ - ଗଞ୍ଜାମ ଖବର

୨ ଦିନିଆ ଗଞ୍ଜାମ ଗସ୍ତରେ ୩୮ ଯୁବ IAS ଅଧିକାରୀ । ଭାରତ ଦର୍ଶନ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ । ରାଜ୍ୟପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ହେଲେ ସାମିଲ । ଅଧିକ ପଢ଼ନ୍ତୁ

ଗଞ୍ଜାମ ଗସ୍ତରେ ୩୮ ଯୁବ IAS, ଭାରତ ଦର୍ଶନ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ
ଗଞ୍ଜାମ ଗସ୍ତରେ ୩୮ ଯୁବ IAS, ଭାରତ ଦର୍ଶନ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ

By

Published : May 30, 2022, 10:45 PM IST

ଗଞ୍ଜାମ: ୩୮ ଯୁବ IAS ଅଧିକାରୀଙ୍କର ୨ ଦିନିଆ ଗଞ୍ଜାମ ଗସ୍ତ । ଭାରତ ଦର୍ଶନ କାର୍ଯ୍ୟକ୍ରମରେ ସାରା ଦେଶ ପରିକ୍ରମା କରୁଥିବା ଏହି ପ୍ରଶାସନିକ ଅଧିକାରୀ ମାନେ ରାଜଧାନୀ ଭୁବନେଶ୍ବର ଏବଂ ପୁରୀ ପରେ ଏବେ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଅପରାହ୍ନ ସମୟରେ ପହଞ୍ଚିଛନ୍ତି । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅନୁଧ୍ୟାନ କରିବା ସହ ବିଭିନ୍ନ ସ୍ଥାନ ପରିଦର୍ଶନର ରହିଛି କାର୍ଯ୍ୟକ୍ରମ ।

ଗଞ୍ଜାମ ଗସ୍ତରେ ୩୮ ଯୁବ IAS, ଭାରତ ଦର୍ଶନ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ

ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସ ୨୦୨୧ ବ୍ୟାଚର ୩୮ ଜଣ ଯୁବ IAS ଅଧିକାରୀ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରଶାସନ ପକ୍ଷରୁ ଜିଲ୍ଲାର ଉନ୍ନତି ପାଇଁ କରାଯାଇଥିବା ବିଭିନ୍ନ ଯାେଜନା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲ୍ଲାପାଳ ବି.କିର୍ତ୍ତି ଭାଶନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳୀରାମ ବୋନ୍ଦାରଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ମହିଳା ମାନଙ୍କ ବିକାଶ ସଂପର୍କିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଗଞ୍ଜାମ ଗସ୍ତରେ ୩୮ ଯୁବ IAS, ଭାରତ ଦର୍ଶନ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ

ଅନୁଷ୍ଠିତ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ ଅଧିକାରୀ ମାନଙ୍କୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କୃଷି ବିଭାଗ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ପରିମଳ, ଜୀବନ ଜୀବୀକା ମିଶନ୍, ଅମୃତ ସରୋବର ଯୋଜନା, ଗ୍ରାମ ପଞ୍ଚାୟତ ପାର୍କ, ପୋଖରୀ, ପର୍ଯ୍ୟଟନ ସ୍ଥଳୀ ଆଦି ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଅବଗତ କରାଇଥିଲେ । ଗଞ୍ଜାମ ଜିଲ୍ଲାପାଳ ନିଜ ବକ୍ତବ୍ୟରେ ୫-ଟି ର କାର୍ଯ୍ୟକାରୀତା, ଜିଲ୍ଲାର ନିଜସ୍ବ କାର୍ଯ୍ୟକ୍ରମ 'ମୋ ଗେହ୍ଲା ଝିଅ', 'ନିର୍ଭୟ କଢି଼', 'ସ୍ବୟଂସିଦ୍ଧା' ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ଇତ୍ୟାଦି ସମ୍ପର୍କରେ ଅବଗତ କରାଇଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳ ଅତିଥି ଅଧିକାରୀ ମାନଙ୍କ ସହ 'ମୋ ଗାଁରେ ତହସିଲ' ଏବଂ 'ରାଜସ୍ବ ରଥ' ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।

ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀ ନିଜ ବକ୍ତବ୍ୟରେ ଓଡି଼ଶାରେ ପ୍ରତିବର୍ଷ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଉନ୍ନୟନ ମୂଳକ ପ୍ରସ୍ତୁତିର ଧାରାକୁ ପ୍ରଶଂସା କରିଥିଲେ । ପରିଶେଷରେ ଭାରତୀୟ ପ୍ରଶାସନିକ ଅଧିକାରୀ ଡଃ ରୀନା ପ୍ରଧାନ ଓଡି଼ଶା ପ୍ରଶାସନର ଆତିଥ୍ୟକୁ ଭୂୟସୀ ପ୍ରଶଂସା କରି ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ଭାରତୀୟ ପ୍ରଶାସନିକ ଅଧିକାରୀ ମାନେ ଜିଲ୍ଲାପାଳଙ୍କୁ ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନର ସ୍ମାରକୀ ପ୍ରଦାନ କରିଥିଲେ । ତେବେ ଅଧିକାରୀମାନେ ବ୍ରହ୍ମପୁରସ୍ଥିତ ସ୍ପୋର୍ଟସ୍ ଏରେନା, ରାମଲିଙ୍ଗେଶ୍ବର ପାର୍କ, ମିଶନ୍ ଶକ୍ତି ଡାଇରୀ ପ୍ରୋଜେକ୍ଟ, ତାମ୍ପରା, ତାରାତାରିଣୀ ମନ୍ଦିର, ଜଉଗଡ଼, କାଳେଶ୍ବର ପାର୍କ, ମଡେଲ ଭିଲେଜ, ମଡେଲ ଅଙ୍ଗନଓ୍ବାଡି଼ କେନ୍ଦ୍ର, ଭିଲେଜ ଗାର୍ଡ଼େନ୍ ପ୍ରଭୃତି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details