ଓଡିଶା

odisha

By

Published : May 14, 2022, 7:57 PM IST

Updated : May 14, 2022, 11:07 PM IST

ETV Bharat / state

ଗଞ୍ଜାମ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ

ଗଞ୍ଜାମ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକର ଆତ୍ମହତ୍ୟା ଉଦ୍ୟମ
ଗଞ୍ଜାମ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକର ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର: ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକର ଆତ୍ମାହୁତି ଉଦ୍ୟମ । ଆଜି (ଶନିବାର) ସନ୍ଧ୍ୟା ସମୟରେ ହଠାତ୍ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଦଲ ସାହୁ ନାମକ ଜଣେ ଯୁବକ ପୋଡି ହୋଇ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡ଼ିଛି ।

ଗଞ୍ଜାମ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ଜଣକ ବୋରିଗାଁ ଅଞ୍ଚଳର ବାଦଲ ସାହୁ ବୋଲି ଜଣାପଡିଥିବା ବେଳେ ସେ କିପରି ଏବଂ କେଉଁ ପରିସ୍ଥିତିରେ ଏଭଳି କଲେ ତାହା ଜଣାପଡ଼ିନାହିଁ । ଯୁବକ ଜଣକ ସାଙ୍ଗରେ ନେଇ ଆଣିଥିବା ପେଟ୍ରୋଲ ନିଜ ଶରୀରରେ ଢାଳିବା ସହ ନିଆଁ ଲଗାଇ ଦେଇଥିବା କୁହାଯାଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପୋଲିସ କର୍ମଚାରୀ ମାନେ ନିଆଁ ଲିଭାଇ ଉଦ୍ଧାର କରିବା ପରେ ପ୍ରଥମେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର MKCGକୁ ସ୍ଥାନାନ୍ତରିତ କରାଯାଇଛି । ଯୁବକ ଜଣକ ଗ୍ରାମରେ ଏକ ଘରକିଆ କରାଯାଇଥିବା ଯୋଗୁଁ ଏହାକୁ ନେଇ ଏକ ପ୍ରକାର ମାନସିକ ଚାପରେ ରହିବା ପରେ ସେ ଏପରି କରିଥିବା କୁହାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 14, 2022, 11:07 PM IST

For All Latest Updates

TAGGED:

ABOUT THE AUTHOR

...view details