ଓଡିଶା

odisha

ETV Bharat / state

ପାରିବାରିକ କଳହର ଉଗ୍ରରୂପ, ପରିବାରର 4 ଜଣଙ୍କୁ ମରଣାନ୍ତଙ୍କ ଆକ୍ରମଣ କଲା ପୁଅ - ଶୋଇଥିବା ସମସୟରେ ରକ୍ତ ସମ୍ପର୍କୀୟକୁ ଆତର୍କିତ ଆକ୍ରମଣ

ଶୋଇଥିବା ସମସୟରେ ପରିବାର ସଦସ୍ୟକୁ ଆକ୍ରମଣ କଲେ ଯୁବକ। 4 ଜଣ ଗୁରୁତର । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 25, 2023, 12:34 PM IST

ବ୍ରହ୍ମପୁର: ଉଗ୍ରରୂପ ନେଲା ପାରିବାରିକ ବିବାଦ । ରାତିରେ ଶୋଇଥିବା ସମସୟରେ ରକ୍ତ ସମ୍ପର୍କୀୟକୁ ଆତର୍କିତ ଆକ୍ରମଣ କଲେ ଯୁବକ । ପୁଅର ମରଣାନ୍ତଙ୍କ ଆକ୍ରମଣରେ ବାପା, ମାଆ, ଉଭଣୀ ଓ ଭାଉଜ ଗୁରୁତର । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗ୍ରାମରେ । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥକେନ୍ଦ୍ର ଏବଂ ପରେ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଯୁବକ ଜଣଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଆକ୍ରମଣ କରିଥିବା ଯୁବକ ଜଣକ ହେଉଛି ପାଣ୍ଡବ ରେଡ୍ଡି ।

ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ପୁଣି ଚାଞ୍ଚଲ୍ୟ: ଗାଁ ମଝିରେ ଯୁବକଙ୍କୁ ପିଟିପିଟି ହତ୍ୟା, ଅନେକ ଯୁବକଙ୍କ ସଂପୃକ୍ତି ସନ୍ଦେହ

ମିଳିଥିବା ସୂଚନା ଅନୁଯାୟୀ, ସୋମବାର( ଜୁଲାଇ 24 ତାରିଖ) ବିଳମ୍ୱିତ ରାତିରେ ପରିବାରର ସମସ୍ତ ସଦସ୍ୟ ଖାଇପିଇ ଘରେ ଶୋଇଥିଲେ । ଏହି ସମୟରେ ପାଣ୍ଡବ ଏକ ମାରଣାସ୍ତ୍ର ନେଇ ଅତର୍କିତ ଭାବରେ ଜଣେ ପରେ ଜଣେ ପରିବାରର ସଦସ୍ୟଙ୍କୁ ଆକ୍ରମଣ କରିଥିଲା । ଫଳରେ ହରେକୃଷ୍ଣ ରେଡ଼୍ଡି, ପ୍ରମିଳା ରେଡ଼ି, ମମିତା ରେଡ୍ଡି ଓ ଦୁଖୀଶ୍ୟାମ ରେଡ୍ଡି ଆହତ ହୋଇଥିଲେ । ତେବେ ଆକ୍ରମଣର ପ୍ରକୃତ କରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ନା ନାହିଁ ତାହା ଜଣା ପଡ଼ିନାହିଁ ।

ଏହା ମଧ୍ୟ ପଢନ୍ତୁ-କଳହ ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ, ଶୋଇଥିବା ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କଲା ସ୍ବାମୀ

ଜୁଲାଇ 24 ତାରିଖରେ ଭଦ୍ରକରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ପାରିବାରିକ କଳହକୁ ନେଇ ଶୋଇଥିବା ସମୟରେ ସ୍ତ୍ରୀ ଓ ପୁଅକୁ ତଣ୍ଟିଚିପି ହତ୍ୟା କରିଥିଲା ସ୍ବାମୀ । ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଶଗଡ଼ିଆ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଦୁଇ ମୃତକ ହେଉଛନ୍ତି ସ୍ତ୍ରୀ କାଞ୍ଚନ ଓ 8 ବର୍ଷର ପୁଅ ଉତ୍ପଳ । ହତ୍ୟାକାଣ୍ଡ ଭିଆଇବା ପରେ ଗଛରେ ଲୁଚିଥିଲା ଉମେଶ ନାୟକକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ ଗ୍ରାମବାସୀ ।

ଜୁଲାଇ 20 ତାରିଖରେ ଜଗତସିଂହପୁରରେ ମଦ୍ୟପ ବାପାର ତେଣ୍ଟାମାଡ଼ରେ ପୁଅର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ସଦର ଥାନା ଅନ୍ତର୍ଗତ ରାଇଦଣ୍ଡା ଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ । କୁକୁଡ଼ାକୁ ଏକ କଟାସ ନେଇଯିବା ଘଟଣାକୁ ନେଇ ବାପା ଉତ୍ୟକ୍ତ ହୋଇ ପୁଅକୁ ହତ୍ୟା କରିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details