ଭଞ୍ଜନଗର:ଭଞ୍ଜନଗର ଖାଲାସାହି ସ୍ଥିତ ଏକ ଘରୋଇ ସଂସ୍ଥା କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଯୁବକ। କିନ୍ନୀ ଇନଫୋଟେକ ନାମକ ଏକ ଡାଟା ଏଣ୍ଟ୍ରି ଅଫିସର ବିଭିନ୍ନ ଉପକରଣ ଭାଙ୍ଗି ଦେଇଛନ୍ତି ଯୁବକ । ଯାହା ଫଳରେ ଅଫିସରେ ବିଭିନ୍ନ ଭଙ୍ଗାରୁଜା ହେବା ସହ କାଗଜପତ୍ର ଫିଙ୍ଗା ଯାଇଛି ।
ଘରୋଇ ସଂସ୍ଥା କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଯୁବକ
ଭଞ୍ଜନଗର ଖାଲାସାହି ସ୍ଥିତ ଏକ ଘରୋଇ ସଂସ୍ଥା କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଯୁବକ। କିନ୍ନୀ ଇଂନଫୋଟେକ ନାମକ ଏକ ଡାଟାଏଣ୍ଟ୍ରି ଅଫିସର ବିଭିନ୍ନ ଉପକରଣ ଭାଙ୍ଗି ଦେଇଛନ୍ତି ଯୁବକ । ଅଧିକ ପଢନ୍ତୁ
ଘରୋଇ ସଂସ୍ଥା କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କଲେ ଉତ୍ୟେକ୍ତ ଯୁବକ
ଟଙ୍କା ଦେଇ କାମ କରିଥିବା ଡାଟାଏଣ୍ଟ୍ରିର ମୂଳଧନ ସହ ଲାଭାଂଶ ପାରିଶ୍ରମିକ ମିଳିନଥିବାରୁ ଏଭଳି ହୋଇଥିବା ସୂଚନା । ୫ଟି କମ୍ପ୍ୟୁଟର ଓ ଗୋଟିଏ ପ୍ରିଣ୍ଟର ନେଇ ଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଭଞ୍ଜନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ