ବ୍ରହ୍ମପୁର: ସାରା ଦେଶରେ ଦିନକୁ ଦିନ କୋରୋନା ସଂକ୍ରମଣର ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । ଏଭଳି ସମୟରେ ସଚେତନତାର ଆବଶ୍ୟକତା ଅଧିକ ରହିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମର ଜଣେ ଯୁବକ ନିଜେ କୋରୋନା ସାଜି ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ।
ରାସ୍ତାରେ ବୁଲୁଛି କୋରୋନା, କରୁଛି ସଚେତନ - କୋରୋନା ବାର୍ତ୍ତା ବାଣ୍ଟୁଛନ୍ତି ଯୁବକ
ସାହିରୁ ସାହିକୁ ବୁଲି ବୁଲି କୋରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଗଞ୍ଜାମର ଜଣେ ଯୁବକ । ଅଧିକ ପଢନ୍ତୁ....
ବୁଲି ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ଯୁବକ
ବୁଲି ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ଯୁବକ
ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ସୁମନ ସେନାପତି ଗ୍ରାମବାସୀଙ୍କୁ ମହାମାରୀ ଠାରୁ କିଭଳି ବର୍ତ୍ତିପାରିବେ ସେନେଇ ସଚେତନ କରୁଛନ୍ତି । ସୁମନ ସାହିରୁ ସାହିକୁ ପରିକ୍ରମା କରି କୋରୋନା ଭଳି ସଜେଇ ହୋଇ ଲୋକଙ୍କୁ ଭୟଭୀତ କରିବା ସହ ସଚେତନ ମଧ୍ୟ କରୁଛନ୍ତି l ତାଙ୍କର ଏଭଳି ସଚେତନତା କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : May 10, 2021, 6:55 AM IST