ଓଡିଶା

odisha

ETV Bharat / state

କିଡନୀ ଯନ୍ତ୍ରଣାରେ ଜୁଝୁଛି ଯୁବକ, ଅର୍ଥ ସାଜିଛି ବାଧକ - ଭଞ୍ଜନଗର ସ୍ବତନ୍ତ୍ର ରିପୋର୍ଟ

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗନ୍ନାଥପୁର ଶାସନ ଗ୍ରାମର ଜଣେ ଯୁବକ କୀଡନି ରୋଗରେ ଛଟପଟ ହେଉଥିବା ବେଳେ ଆର୍ଥ ସାଜିଛି ବାଧକ । ସରକାରଙ୍କ ସହାୟତା ଅପେକ୍ଷାରେ ଏହି ଅସହାୟ ପରିବାର । ଅଧିକ ପଢନ୍ତୁ...

କୀଡନୀ ରୋଗରେ ଛୋଟପଟ ଯୁବକ, ଅର୍ଥ ସାଜିଛି ବାଧକ
କୀଡନୀ ରୋଗରେ ଛୋଟପଟ ଯୁବକ, ଅର୍ଥ ସାଜିଛି ବାଧକ

By

Published : Jan 17, 2021, 10:54 PM IST

ଭଞ୍ଜନଗର:ବଞ୍ଚିବାକୁ ଚାହୁଁଛି ମୋତେ ବଞ୍ଚେଇ ଦିଅ ! କିଡୀନି ରୋଗରେ ଛଟପଟ ହେଉଥିବା ଜଣେ ଯୁବକ ଏଭଳି କୋହଭରା କଣ୍ଠରେ ଭଗବାନଙ୍କ ନିକଟରେ ନିଜ ଜୀବନର ଭିକ୍ଷା ମାଗୁଛନ୍ତି । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗନ୍ନାଥପୁର ଶାସନ ଗ୍ରାମର । ଶରତ ଚନ୍ଦ୍ର ତ୍ରିପାଠୀଙ୍କ ପରିବାର କର୍ମ କହିଲେ ପୁରୋହିତ କାର୍ଯ୍ୟ । ଏହି କର୍ମ କରି ଯେଉଁ ଦୁଇ ପଇସା ମିଳେ ସେଥିରେ ପରିବାର ଚଳିଯାଏ । ଶରତଙ୍କୁ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିଥିବା ବେଳେ ଭତ୍ତା ଟଙ୍କା ମଧ୍ୟ ମିଳୁଛି । ସ୍ତ୍ରୀ, ପୁଅ ଗୌରୀଶଙ୍କର ଓ ଝିଅକୁ ନେଇ ତାଙ୍କର ସୁନାର ସଂସାର ।

କୀଡନୀ ରୋଗରେ ଛୋଟପଟ ଯୁବକ, ଅର୍ଥ ସାଜିଛି ବାଧକ

ଝିଅର ବାହାଘର ହୋଇଯାଇଥିବା ବେଳେ ପୁଅ ବିଦେଶରେ ରହି କାମ କରୁଥିଲେ । ସାରାଦେଶ ଯେତେବେଳେ କୋରୋନା ପାଇଁ ଲକଡ଼ାଉନ ହୋଇଗଲା, କାମଧନ୍ଦା ନପାଇ ଦୁଃଖେ କଷ୍ଟେ ନିଜ ଗ୍ରାମକୁ ଫେରିଆସିଲେ ଗୌରୀ ଶଙ୍କର l କିଛି ଦିନ ଘରେ ରହିବା ପରେ ଗୌରୀ ଶଙ୍କରଙ୍କୁ ଜ୍ୱର ହେଲା । ବାପା-ମା ଅଧୀର ହୋଇ ଏଣେତେଣେ ଦେଖାଇଲେ । କେଉଁଠି ଟାଇଫଏଡ଼ ବାହାରିଲା ତ କେଉଁଠି ମ୍ୟାଲେରିଆ ବାହାରିଲା । ଏପରି ଭାବରେ ଚିକିତ୍ସା କରିବାପରେ ଶେଷରେ ଗୋଡ଼ହାତ ଫୁଲିବାକୁ ଲାଗିଲା । ପୁଅର ସ୍ବସ୍ଥ୍ୟ ପାଇଁ ଧାର କରଜ କରି ବ୍ରହ୍ମପୁର ମେଡିକାଲ, ଭୁବନେଶ୍ୱର ଓ କଟକ ମେଡିକାଲରେ ଦେଖାଇଲେ । ପରୀକ୍ଷା ନିରୀକ୍ଷା ପରେ ଜଣାପଡିଲା ଯେ ଗୌରୀ ଶଙ୍କରଙ୍କ ଦୁଇଟି ଯାକ କୀଡନି ଖରାପ ହୋଇଯାଇଛି

ଏକଥା ଶୁଣିବା ପରେ ବାପା-ମା ର ପାଦ ତଳୁ ମାଟି ଖସିପଡିଲା । କଣ କରିବେ କାହାକୁ ଗୁହାରୀ କରିବେ । ଚିକିତ୍ସାରେ ସବୁ ଟଙ୍କା ସରିଗଲାଣି । ଗ୍ରାମବାସୀ ମଧ୍ୟ ତିରିଶି ହାଜର ଟଙ୍କା ଚାନ୍ଦା କରି ଦେଇସାରିଲେଣି । ଏବେ ନିରୁପାୟ ହୋଇ ବାପା ମାଆ ପୁଅକୁ ଘରେ ରଖି ସେବା କରୁଛନ୍ତି । କିଛି ଦିନ ବ୍ୟବଧାନରେ ପୁଅକୁ ନେଇ ମେଡିକାଲରେ ଡ଼ାଇଲେସିସ କରି ଆଣୁଛନ୍ତି । ଯେଉଁ ପୁଅକୁ ନେଇ ବଡ଼ବଡ଼ ସ୍ବପ୍ନ ଦେଖିଥିଲେ ବୃଦ୍ଧ ସମୟରେ ସାହାରା ହେବ ବୋଲି, ଆଜି ବୃଦ୍ଧ ସମୟରେ ଭେଣ୍ଡିଆ ପୁଅର ସେବା କରିବାକୁ ପଡୁଛି ।

ମୃତ୍ୟୁ କେତେବେଳେ କେଉଁ ରୂପରେ ଆସେ କେହି ବି ଜାଣିପାରନ୍ତିନାହିଁ । ଆଜି ପୁଅର ଜୀବନ ବଞ୍ଚାଇବାକୁ ବାପା ମାଆ କିଡୀନି ଦେବାକୁ ପ୍ରସ୍ତୁତ ଅଛନ୍ତି । ହେଲେ କିଡୀନି ପ୍ରତ୍ୟାରୋପଣ କରିବାକୁ ମେଡିକାଲ ଖର୍ଚ୍ଚ କରିବାକୁ ବାପା ମାଆ ପାଖରେ କାଣି କଉଡ଼ିଟିଏ ନାହିଁ । ସେଥିପାଇଁ ସେପଟେ ଘଟଣା ସମ୍ପର୍କରେ ଧରାକୋଟ ବିଡ଼ିଓ ଜାଣିବା ପରେ ସେ କହିଛନ୍ତି ଯେ, ମୋ ପାଖରେ ପୂର୍ବରୁ ଏଭଳି ସୂଚନା ନଥିଲା । ଯଦି ସେ ପରିବାର ଆମ ସହିତ ଯୋଗାଯୋଗ କରନ୍ତି ତା ହେଲେ ଆମେ ତଦନ୍ତ କରି ସରକାରୀ ସମସ୍ତ ସହଯୋଗ ଯୋଗାଇଦେବୁ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ଅସହାୟ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେଲେ ବୁଦ୍ଧ ଦମ୍ପତ୍ତିମାନେ କିଛିଟା ଉପକୃତ ହୁଅନ୍ତେ ବୋଲି ଗ୍ରାମବାସୀ ମତ ରଖିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details