ବ୍ରହ୍ମପୁର:ପିଲାଟି ଦିନରୁ ସାଙ୍ଗସାଥୀ ମେଳରେ ବାଲି ଖେଳି ପ୍ରସ୍ତୁତ କରୁଥିବା କେତେକ କଳାକୃତ୍ତି ଧିରେ ଧିରେ ତାଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ଲୋକ ଲୋଚନକୁ ଆଣିବ ତାହା ସେ କେବେ ଭାବିନଥିଲେ । ସବୁବେଳେ ତାଙ୍କ ମନରେ କିଛି ନୂଆ କରି ଦେଖାଇବାର ନିଶା ରହିଥିଲା । ଯାହା ଫଳରେ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ପାରିଛନ୍ତି । ଆମେ କହୁଛୁ ବ୍ରହ୍ମପୁରର ଯୁବ କଳାକାର ସତ୍ୟ ନାରାୟଣ ମହାରଣାଙ୍କ କଥା । ସତ୍ୟ ନିଜର ନିଆରା କଳାକୃତ୍ତି ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ର ମଧ୍ୟ ସ୍ଥାନ ପାଇ ପାରିଛନ୍ତି ।
ବିଶ୍ବର ସବୁଠାରୁ ଛୋଟ ରଥ ତିଆରି କରିବା ରେକର୍ଡ ସତ୍ୟ ମହାରଣାଙ୍କ ନାମରେ ରହିଛି । କେବଳ କାଠ ଓ ବାଲି କାହିଁକି, ସେ ସ୍ମୋକ୍ ଆର୍ଟ, ସାବୁନ୍ , ଚକ୍ ,ଅଦରକାରୀ କାଗଜ, ବୋତମ୍ ଆଦିର ମଧ୍ୟ ଖୁବ୍ ସୁନ୍ଦର ସୁନ୍ଦର କଳାକୃତି କରି ପାରନ୍ତି । ତା ସାଙ୍ଗକୁ ବିଭିନ୍ନ ଦେବଦେବୀଙ୍କ ପ୍ରତିମୂର୍ତ୍ତୀ, ପ୍ରସ୍ତୁତ କରିବାରେ ସେ ମାହିର । ଏହି ସବୁ କଳାକୃତି ଗତ କିଛି ବର୍ଷ ମଧ୍ୟରେ ତାଙ୍କୁ ଆଣି ଦେଇଛି ନୂଆ ପରିଚୟ । ବିଭିନ୍ନ ଉତ୍ସବ, ପର୍ବପର୍ବଣୀ, ଯାନିଯାତ୍ରା ଏବଂ ମହାପୁରୁଷଙ୍କୁ ସ୍ମରଣ କରି ଭିନ୍ନଭିନ୍ନ କଳାକୃତ୍ତି ପରିବେଷଣ କରନ୍ତି ସତ୍ୟ । ଏହି ସବୁ ସୁନ୍ଦର ସୁନ୍ଦର କଳାକୃତ୍ତି ଲୋକଙ୍କୁ ଆକୃଷ୍ଟ କରି ପକାଏ ।