ଓଡିଶା

odisha

ETV Bharat / state

MKCGରେ ଭୁଲ୍‌ ଇଞ୍ଜେକ୍ସନ ପାଇଁ ରୋଗୀ ଅସୁସ୍ଥ, ଅଭିଯୋଗକୁ ଡାକ୍ତରଙ୍କ ଖଣ୍ଡନ - ଭୁଲ ଇଞ୍ଜେକସନ ରୋଗୀ ଗୁରୁତର

ଏମ.କେ.ସି.ଜି ମେଡିକାଲରେ ମେଡିସେନ ୱାର୍ଡରେ ରୋଗୀଙ୍କୁ ଦୁଇ ପ୍ରକାର ଇଞ୍ଜେକ୍ସନ ଦିଆଯିବା ପରେ ସେମାନେ ଗୁରୁତର ହୋଇଥିବା ଦେଖାଯାଇଛି । କାହିଁକି ରୋଗୀଙ୍କ ଠାରେ ରିଆକସନ ଘଟିଲା ତାହା ଅନୁଧ୍ୟାନ ପାଇଁ ଭାଇଲ ଗୁଡିକ ଟେଷ୍ଟିଂ ଲାବକୁ ପଠାଯିବ ବୋଲି କହିଛନ୍ତି MKCG ମେଡିକାଲ ଅଧିକ୍ଷକ ସନ୍ତୋଷ କୁମାର ମିଶ୍ର । ଅଧିକ ପଢନ୍ତୁ

ଏମ.କେ.ସି.ଜି ମେଡିକାଲରେ ଇଞ୍ଜେକସନ ଦିଆଯିବା ପରେ ରୋଗୀ ଅସୁସ୍ଥ
MKCGରେ ଭୁଲ୍‌ ଇଞ୍ଜେକ୍ସନ ପାଇଁ ରୋଗୀ ଅସୁସ୍ଥ, ଅଭିଯୋଗକୁ ଡାକ୍ତରଙ୍କ ଖଣ୍ଡନ

By

Published : Jul 29, 2022, 6:24 PM IST

ବ୍ରହ୍ମପୁର:ରୋଗୀ ଇଞ୍ଜେକସନ ନେଲେ, ମାତ୍ର ସୁସ୍ଥ ହେବା ବଦଳରେ ଅଧିକ ଅସୁସ୍ଥ ହୋଇଗଲେ । ଏଭଳି ଅଘଟଣ ଘଟିଛି ବ୍ରହ୍ମପୁର ଏମ.କେ.ସି.ଜି(MKCG) ମେଡିକାଲରେ । ଆଜି ମେଡିସେନ ୱାର୍ଡରେ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯିବା ପରେ ସେମାନେ ଗୁରୁତର ହୋଇଥିବା ଦେଖାଯାଇଥିଲା । ରୋଗୀଙ୍କୁ ଇଞ୍ଜେକସନ ଦିଆଯିବା ପରେ ସେମାନଙ୍କଠାରେ ସାମୁହିକ ଭାବରେ ରିଆକସନ୍‌ ହୋଇଥିବା ଦେଖିବାକୁ ମିଳିଥିଲା । ୱାର୍ଡରେ ଇଞ୍ଜେକ୍ସନ ନେଇଥିବା ୨୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ଶରୀର ହଠାତ ଥରିବାକୁ ଲାଗିଥିଲା । ଏହା ସହିତ ସେମାନଙ୍କ ଶରୀରର ଅକ୍ସିଜେନ ମାତ୍ରା କମିଯାଇଥିଲା ।

MKCGରେ ଭୁଲ୍‌ ଇଞ୍ଜେକ୍ସନ ପାଇଁ ରୋଗୀ ଅସୁସ୍ଥ, ଅଭିଯୋଗକୁ ଡାକ୍ତରଙ୍କ ଖଣ୍ଡନ

ଅନେକ ରୋଗୀଙ୍କର ମୁଣ୍ଡ ବୁଲାଇବା ସହିତ କିଛି ବାନ୍ତି ମଧ୍ୟ କରିଥିଲେ । ଯାହା ଫଳରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କର ଶରୀର ଧିରେ ଧିରେ ଗୁରୁତର ହେବାକୁ ଲାଗିଥିଲା । ପରେ ଡାକ୍ତର ଟିମ ଆସି ତୁରନ୍ତ ଏହାର ଚିକିତ୍ସା କରାଇବା ସହିତ କିଛି ସମୟ ପରେ ସ୍ଥିତିରେ ସୁଧାର ଆସିଥିବା କୁହାଯାଇଛି । ସେପଟେ ଏଘଟଣା ଘଟିବା ପରେ ଏମ.କେ.ସି.ଜି ମେଡିକାଲ ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସ୍ଥିତି ଅନୁଧ୍ୟାନ ପାଇଁ ମେଡିସିନ ୱାଡକୁ ଆସିଥିଲେ । ରୋଗୀ ଏବଂ ଚିକିତ୍ସା କରୁଥିବା ଡାକ୍ତରୀ ଟିମକୁ ଘଟଣା ବାବଦରେ ପଚାରି ବୁଝିଥିଲେ ।

ଏମ.କେ.ସି.ଜି ମେଡିକାଲରେ ଇଞ୍ଜେକସନ ଦିଆଯିବା ପରେ ରୋଗୀ ଅସୁସ୍ଥ

ଘଟଣା ସଂପର୍କରେ MKCG ମେଡିକାଲ ଅଧିକ୍ଷକ କହିଛନ୍ତି, "ସମସ୍ତ ରୋଗୀ ସୁସ୍ଥ ଅଛନ୍ତି । ଏହି ଇଞ୍ଜେକ୍ସନ ଗୁଡିକ ଗତ 4-5 ଦିନ ତଳେ ପ୍ରାୟ ତିନି ହଜାର ଡୋଜ ଆସିଛି । ସକାଳେ ସେଫ୍ଟ୍ରାଗନ୍ ଓ ରେଫ୍ରୋଜେଲ ଭଳି ଦୁଇଟି ଇଞ୍ଜେକ୍ସନ ରୋଗୀଙ୍କୁ ଦିଆଯିବା ପରେ କାହିଁକି ରୋଗୀଙ୍କ ଠାରେ ରିଆକସନ ହେଲା ତାହା ଅନୁଧ୍ୟାନ ପାଇଁ ଭାଇଲ ଗୁଡିକ ଟେଷ୍ଟିଂ ଲାବକୁ ପଠାଯିବ ।" ଏହା ବିଭିନ୍ନ ବିଭାଗକୁ ଦିଆଯାଇଥିବାରୁ ଅନ୍ୟ ବିଭାଗରେ ଏପରି ଘଟଣା ଘଟିଛି କି ନାହିଁ ତାହା ଅନୁଧ୍ୟାନ କରିବା ସହିତ ସେହି ଇଞ୍ଜେକ୍ସନ ଆଉ କାହାରିକୁ ନଦେବା ପାଇଁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି ।


ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details