ଓଡିଶା

odisha

ETV Bharat / state

ବିଶ୍ବ ପର୍ଯ୍ୟଟନ ଦିବସରେ ସଚେତନତା କାର୍ଯ୍ୟକ୍ରମ - ଗୋପାଳପୁରରେ ପର୍ଯ୍ୟଟନ ଦିବସ ପାଳିତ

ଆଜି ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ରାଲି କରି ପର୍ଯ୍ୟଟନସ୍ଥଳୀକୁ ସଫା ରଖିବାକୁ ବାର୍ତ୍ତା ଦେଉଛନ୍ତି ତ କେଉଁଠି ବିଭିନ୍ନ ବାଦ୍ୟର ତାଳେ ତାଳେ ସଫେଇ କାର୍ଯ୍ୟ କରାଯାଇଛି ।

ବିଶ୍ବ ପର୍ଯ୍ୟଟନ ଦିବସରେ ସଚେତନତା କାର୍ଯ୍ୟକ୍ରମ

By

Published : Sep 27, 2019, 7:15 PM IST

ଯାଜପୁର/ଗଞ୍ଜାମ/ନବରଙ୍ଗପୁର: ଆଜି ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାଜପୁର, ଗଞ୍ଜାମ ଓ ନବରଙ୍ଗପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ପର୍ଯ୍ୟଟନସ୍ଥଳ ଗୁଡିକୁ ସଫାସୁତୁରା ରଖିବାକୁ ସଚେତନ କରିଥିଲେ ।

ବିଶ୍ବ ପର୍ଯ୍ୟଟନ ଦିବସରେ ସଚେତନତା କାର୍ଯ୍ୟକ୍ରମ

ଯାଜପୁର ଜଗନ୍ନାଥ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାକୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏଥିରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପର୍ଯ୍ୟଟନୀସ୍ଥଳୀ ଗୁଡିକୁ ସଫାସୁତୁରା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସଂସ୍କୃତି ଅଧିକାରୀ ସନ୍ତୋଷ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଟେଲ ଆସୋସିଏସନର ମିଳିତ ଉଦ୍ୟମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମୁଖ୍ୟତଃ ଗୋପାଳପୁର ପର୍ଯ୍ୟଟନ ସ୍ଥଳୀକୁ ବିଶ୍ବ ମାନଚିତ୍ରରେ କିଭଳି ସ୍ଥାନିତ କରାଯାଇପାରିବ ସେନେଇ କାର୍ଯ୍ୟକ୍ରମରେ ଗୁରୁତ୍ତ୍ବ ଦିଆଯାଇଥିବା ବେଳେ ଜିଲ୍ଲାର କଳା,ସଂସ୍କୃତି ସହ ବିଭିନ୍ନ ବାଦ୍ୟର ତାଳେ ତାଳେ ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରାଯିବା ସହ ଏହି ଅବସରରେ ବେଳାଭୂମି ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧିକାରୀ ଅମୀୟ କୁମାର ସେଠୀ, ଗୋପାଳପୁର ବିଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଉମାକାନ୍ତ ସେଠୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ନବରରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଶ୍ବ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି । ମା' ଭଣ୍ଡାରଘରଣୀ ମନ୍ଦିର ପାଖରୁ ବିଦ୍ୟାଳୟର ଛାତ୍ରୀମାନେ ଏକ ରାଲିରେ ବାହାରି ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଉପଜିଲ୍ଲାପାଳ, ନବରରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନ ଅଧିକାରୀ, ପୌରପାଳିକା ନିର୍ବାହୀ ଅଧିକାରୀ ଓ ଜିଲ୍ଲାପ୍ରଶାସନ ବିଭିନ୍ନ ଅଧିକାରୀମାନେ ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଗଞ୍ଜାମରୁ ସମୀର ଆଚାର୍ଯ୍ୟ, ନବରଙ୍ଗପୁରରୁ ତପନ ବିଷୋୟୀଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details