ବ୍ରହ୍ମପୁର: ଚାଲିଛି ବିଶ୍ବସ୍ତନ୍ୟପାନ ଦିବସ । ଏଥିପାଇଁ ବିଭିନ୍ନ ସ୍ଥାନରେ ଚିଲିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ, ସଚେତନତା । ଏହି ଅବସରରେ ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣାଙ୍କ ନିଆରା ଜନ ସଚେତନତା କାର୍ଯ୍ୟକ୍ରମ ଚର୍ଚ୍ଚାରେ । ପାଞ୍ଚ ଘଣ୍ଟାର ପରିଶ୍ରମ କରି ସତ୍ୟ ନିଜେ ସାବୁନରେ ମା ଓ ନବଜାତ ଶିଶୁର କଳାକୃତି ତିଆରି କରିଛନ୍ତି ।
ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବିଶ୍ବସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଉଥିବାରୁ ଚଳିତ ବର୍ଷ ଏହି ସପ୍ତାହ ଅବସରରେ ଶିଳ୍ପୀ ସତ୍ୟନାରାୟଣ ଏଭଳି ସାଵୁନରେ କଳାକୃତି କରି ସଚେତନତାର ବାର୍ତ୍ତା ଦେବା ଲାଗି ଉଦ୍ୟମ କରିଛନ୍ତି । ଏହି କଳାକୃତିର ଉଚ୍ଚତା ୫ଇଞ୍ଚ ହୋଇଥିବା ବେଳେ ଓସାର ରହିଛି ମାତ୍ର ୩.୭ ଇଞ୍ଚ । ଅତି ନିକ୍ଷୁଣ ଭାବେ ସେ ଏହାକୁ ପ୍ରସ୍ତୁତ କରିଛନ୍ତି । ଶିଶୁଙ୍କ ପାଇଁ ସ୍ତନ୍ୟପାନର ଆବଶ୍ୟକତା ଏବଂ ସେଥିନେଇ ଜନସଚେତନତା ସୃଷ୍ଟି ଦିଗରେ ଏଭଳି କଳାକୃତି ପ୍ରସ୍ତୁତି କରିଥିବା କହିଛନ୍ତି ସେ ।