ଓଡିଶା

odisha

ETV Bharat / state

ଶିଶୁ ଯୌନ ଉତ୍ପୀଡନ ରୋକିବାକୁ ଆହ୍ବାନ - ଶିଶୁ ଯୌନ ଉତ୍ପୀଡନ ରୋକିବା ପାଇଁ ବୈଠକ

କୋଭିଡ ମହାମାରୀ ସମୟରେ ବୃଦ୍ଧି ପାଇଥିଲା ଯୌନ ଉତ୍ପୀଡ଼ନ ମାମଲା। ତେବେ ଏହାକୁ ରୋକିବା ପାଇଁ ବ୍ରହ୍ମପୁର ରାଜ୍ବସ ଡାକ ବଙ୍ଗଳା ସଭାକକ୍ଷରେ ଜିଲ୍ଲା ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ

ଶିଶୁ ଯୌନ ଉତ୍ପୀଡନ ରୋକିବା ପାଇଁ ବୈଠକ
ଶିଶୁ ଯୌନ ଉତ୍ପୀଡନ ରୋକିବା ପାଇଁ ବୈଠକ

By

Published : Jun 12, 2022, 12:24 PM IST

ବ୍ରହ୍ମପୁର:କୋଭିଡ ମହାମାରୀ ସମୟରେ ବୃଦ୍ଧି ପାଇଥିଲା ଯୌନ ଉତ୍ପୀଡ଼ନ ମାମଲା । ତେବେ ଏହାକୁ ରୋକିବା ପାଇଁ ବ୍ରହ୍ମପୁର ରାଜସ୍ବ ଡାକ ବଙ୍ଗଳା ସଭାକକ୍ଷରେ ଜିଲ୍ଲା ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୃଣ ମୂଳ ସ୍ତରରୁ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଗ୍ରାମ୍ୟ ସ୍ତରରେ ସମ୍ଭାବ୍ୟ ଶିଶୁ ଅଧିକାର କ୍ଷୁର୍ଣ୍ଣ ଶିଶୁଙ୍କୁ ଚିହ୍ନଟ କରିବା ନିମନ୍ତେ ଆଲୋଚନା କରାଯାଇଥିଲା । ଶିଶୁ ମାନଙ୍କ ଯୌନ ସୁରକ୍ଷା, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ବାଲ୍ୟ ବିବାହ, ଶିଶୁ ନିର୍ଯ୍ୟାତନା ରୋକିବା ସକାଶେ ଗ୍ରାମର ଆଶା, ଅଙ୍ଗନବାଡି, ମହିଳା ସ୍ୱୟଂ ସହାୟକ ଦଳ, ସ୍ବେଚ୍ଚାସେବୀ ସଂଗଠନ, ଶିଶୁ ସୁରକ୍ଷା ଅଧିକାରୀ, ଚାଇଲ୍ଡ ଲାଇନମାନଙ୍କୁ ଏକାଭିମୁଖି ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ସମସ୍ତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଶିଶୁ ଯୌନ ଉତ୍ପୀଡନ ରୋକିବା ପାଇଁ ବୈଠକ

ଏଥିରେ ଏସିଡ ଆକ୍ରମଣ ଶିଶୁ ମାନଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯିବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଭାଇ ସ୍ବେଚ୍ଛାସେବୀସଂଗଠନର ବୃନ୍ଦାବନ ପଣ୍ଡା ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ୱାର୍ଲଡ ଭିଜନ ଇଣ୍ଡିଆ ନିତା ମେଡମ, ବିରେନ ଦିଗାଲ, ଚନ୍ଦନ ନାୟକ, ସୁନନ୍ଦା ସିଂ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ହରିହର ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details