ଓଡିଶା

odisha

ETV Bharat / state

ଚିନିକଳରେ ଶ୍ରମିକ ଅଶାନ୍ତି, ଶ୍ରମିକ ଓ କର୍ତ୍ତୃପକ୍ଷ ଧସ୍ତାଧସ୍ତି - permanent employment

ଗଞ୍ଜାମ ଜିଲ୍ଲା ଆସିକା ଚିନିକଳରେ ପୁଣି ଦେଖାଦେଇଛି ଶ୍ରମିକ ଅଶାନ୍ତି । ଶ୍ରମିକମାନଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ଇପିଏଫ କଟାଯାଉ ନଥିବା ଅଭିଯୋଗରେ ଶତାଧିକ ମହିଳା ପୁରୁଷ ଶ୍ରମିକ ଗତକାଲି(ଶୁକ୍ରବାର) ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ଅଧିକ ପଢନ୍ତୁ...

ଚିନିଶିଳ୍ପରେ ଶ୍ରମିକ ଅଶାନ୍ତି, ଶ୍ରମିକ ଓ ଚିନିକଳ କତ୍ତୃପକ୍ଷ ଧସ୍ତାଧସ୍ତି
ଚିନିଶିଳ୍ପରେ ଶ୍ରମିକ ଅଶାନ୍ତି, ଶ୍ରମିକ ଓ ଚିନିକଳ କତ୍ତୃପକ୍ଷ ଧସ୍ତାଧସ୍ତି

By

Published : Apr 10, 2021, 7:55 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ଚିନିକଳରେ ପୁଣି ଦେଖାଦେଇଛି ଶ୍ରମିକ ଅଶାନ୍ତି । ଏହି ଶିଳ୍ପର ବଟଲିଂ ପ୍ଲାଣ୍ଟରେ ବହୁ ବର୍ଷ ଧରି ମହିଳା ପୁରୁଷ ଶ୍ରମିକମାନେ କାର୍ଯ୍ୟ କରୁଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଉ ନାହିଁ କି ଇପିଏଫ ମଧ୍ୟ କଟାଯାଇ ନାହିଁ । ଏହାର ସମାଧାନ ପାଇଁ ମଧ୍ୟ କୌଣସି ପଦକ୍ଷେପ ଚିନିକଳ କର୍ତ୍ତୃପକ୍ଷ ଗ୍ରହଣ କରୁନଥିବା ଅଭିଯୋଗରେ ଶତାଧିକ ମହିଳା ପୁରୁଷ ଶ୍ରମିକ ଗତକାଲି(ଶୁକ୍ରବାର) ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ ।

ଚିନିଶିଳ୍ପରେ ଶ୍ରମିକ ଅଶାନ୍ତି, ଶ୍ରମିକ ଓ ଚିନିକଳ କତ୍ତୃପକ୍ଷ ଧସ୍ତାଧସ୍ତି

ତେବେ ଧାରଣାରେ ବସିଥିବା ଶ୍ରମିକ ଓ ଚିନିକଳ କର୍ତ୍ତୃପକ୍ଷ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନାପାଇ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲା ଏବଂ କର୍ତ୍ତୃପକ୍ଷଙ୍କ ଗାଡି ଭଙ୍ଗା ରୁଜା କରିଥିବାରୁ ପୋଲିସ ଧାରଣାରେ ବସିଥିବା ଶ୍ରମିକଙ୍କୁ ମାଡ଼ ମାରିଥିଲା । ଯାହା ଫଳରେ କିଛି ଶ୍ରମିକ ଆହାତ ହୋଇ ଆସିକା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ପୋଲିସ 7 ଜଣ ଶ୍ରମିକଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details