ଓଡିଶା

odisha

ETV Bharat / state

ଶାଗୁଆନ କାଠ ଚୋରା ଚାଲାଣ, 3 ଗିରଫ

ବେଆଇନ ଭାବେ ପିକଅପ୍ ଭ୍ୟାନ ଯୋଗେ ଶାଗୁଆନ କାଠ ଚାଲାଣ । ଭ୍ୟାନକୁ ଜବତ କରିବା ସହ 3ଜଣଙ୍କୁ ଗିରଫ ।

By

Published : Nov 28, 2019, 7:58 PM IST

wood-smuggling
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଶାଗୁଆନ କାଠ ଚୋରା ଚାଲାଣ । ବେଆଇନ ଭାବେ ପିକଅପ୍ ଭ୍ୟାନ ଯୋଗେ ଶାଗୁଆନ କାଠ ଚାଲାଣ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡ ବନାଞ୍ଚଳ ୁପକ୍ଷରୁ ଚଢାଉ କରାଯାଇ କାଠ ବୋଝେଇ ଭ୍ୟାନକୁ ଜବତ କରିବା ସହ 3ଜଣଙ୍କୁ ଗିରଫ କରାଯାଇଛି ।

ବନ ବିଭାଗ, ନରସିଂହଗଡ ବିଟ ପାଟପୁର ସେକ୍ସନ ପିପିଲିଗୁଡା ନିକଟରୁ 60 ହଜାରରୁ ଉର୍ଦ୍ଧ୍ବ ଶାଗୁଆନ କାଠ ଗଣ୍ଡି ଭ୍ୟାନ ଯୋଗେ ଛଣମେରୀ ଯାଉଥିବାର ସୂଚନା ପାଇଥିଲା । ତେବେ ଏଥିରେ ସମ୍ପୃକ୍ତ ଥିବା ପାଟପୁର ଥାନା କଂସାମାରୀ ଗ୍ରାମର ଏନ ସତ୍ୟ ଦୋରା, ଏ. ହରି ଦୋରା ଓ ଗାଡି ଚାଳକ ଏସ୍. ରବିନ୍ଦ୍ର ଦୋରାଙ୍କୁ ଗିରଫ କରାଯାଇଛି ।

ଏହି ଚଢାଉରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ଖଡଗରାୟଙ୍କ ଙ୍କ ସମେତ କର୍ମଚାରୀ ମାନେ ସାମିଲ ଥିବା ବେଳେ କୋର୍ଟ ଚାଲାଣ କରାଯାଇଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details