ଭଞ୍ଜନଗର:ଚାଉଳ ବଣ୍ଟନରେ ଅନିୟମିତତାକୁ ନେଇ ଗଞ୍ଜାମ ଅସୁରବନ୍ଧ ପଞ୍ଚାୟତ ଅଫିସ ଆଗରେ ଶତାଧିକ ମହିଳାଙ୍କ ଧାରଣା । ହେଲେ ଧାରଣାସ୍ଥଳରେ କାହାରି ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ନ ଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ସରକାର ତିନି ମାସର ରାସନ ସାମଗ୍ରୀ ହିତାଧିକାରୀଙ୍କୁ ଯୋଗାଇବାକୁ ଘୋଷଣା କରୁଥିଲେ । ହେଲେ କାର୍ଡ ଥିବା କିଛି ହିତାଧିକାରୀଙ୍କୁ ସାମଗ୍ରୀ ମିଳି ଥିବା ବେଳେ ଅନ୍ୟ କିଛି ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି ।
ଅସୁରବନ୍ଧ ପଞ୍ଚାୟତ ଅଫିସ ଆଗରେ ମହିଳାଙ୍କ ଧାରଣା - strike in bhanjanagar
ଅସୁରବନ୍ଧ ପଞ୍ଚାୟତ ଅଫିସ ଆଗରେ ଶତାଧିକ ମହିଳାଙ୍କ ଧାରଣା । ପିଡିଏସ ସାମଗ୍ରୀ ମିଳି ନଥିବା କହିଲେ ହିତାଧିକାରୀ । ଅଧିକ ପଢନ୍ତୁ...
ଅସୁରବନ୍ଧ ପଞ୍ଚାୟତ ଅଫିସ ଆଗରେ ମହିଳାଙ୍କ ଧାରଣା
ଏପରିକି କାର୍ଡ ନଥିବା ହିତାଧିକାରୀ ମାନେ ମଧ୍ୟ ରାସନ ସାମଗ୍ରୀ ପାଇ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପିଡିଏସ ସାମଗ୍ରୀ ପାଇ ନଥିବା ହିତାଧିକାରୀ ଏକାଠି ହୋଇ ପଞ୍ଚାୟତ ଅଫିସ ଆଗରେ ହୋହାଲ୍ଲା କରିଥିଲେ । ହେଲେ ପଞ୍ଚାୟତର କୌଣସି ଅଧିକାରୀଙ୍କ ଦେଖା ମିଳିନଥିଲା । ଶେଷରେ ସୋରଡ଼ା ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ମହିଳାମାନେ ଜିଦରେ ଅଟଳ ଥିଲେ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ