ଓଡିଶା

odisha

ETV Bharat / state

ନିର୍ବାଚନୀ ପ୍ରସ୍ତୁତି: ପିଙ୍କ ବୁଥରେ ମହିଳା କର୍ମଚାରୀ ନିୟୋଜିତ ନେଇ ତାଲିମ

ଗଞ୍ଜାମ ଜିଲ୍ଲାରେ କେତେକ ବୁଥକୁ ମହିଳା କର୍ମଚାରୀ ସ୍ବତନ୍ତ୍ର ଭାବେ ପରିଚାଳନା କରିବେ ବୋଲି ଜଣାପଡିଛି । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହି ବୁଥକୁ ପିଙ୍କ ବୁଥ ନାମରେ ନାମିତ କରାଯିବ । ବୁଥରେ ସର୍ବମୋଟ ୬ ଜଣ ନିଯୁକ୍ତ ମହିଳା କର୍ମଚାରୀ ହିଁ ରହିବେ

By

Published : Mar 19, 2019, 11:57 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଘୋଷଣା ହୋଇସାରିଛି ଆଗାମୀ ସାଧାରଣ ନିର୍ବାଚନର ତାରିଖ । ଆରମ୍ଭ ହୋଇଯାଇଛି ସମସ୍ତ ପ୍ରସ୍ତୁତି । ଏହି ପ୍ରରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ କେତେକ ବୁଥକୁ ମହିଳା କର୍ମଚାରୀ ସ୍ବତନ୍ତ୍ର ଭାବେ ପରିଚାଳନା କରିବେ ବୋଲି ଜଣାପଡିଛି । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଏହି ବୁଥକୁ ପିଙ୍କ ବୁଥ ନାମରେ ନାମିତ କରାଯିବ । ବୁଥରେ ସର୍ବମୋଟ ୬ ଜଣ ନିଯୁକ୍ତ ମହିଳା କର୍ମଚାରୀ ହିଁ ରହିବେ । ଗଞ୍ଜାମ ଜିଲ୍ଲାରେ ଚଳିତ ନିର୍ବାଚନ ପାଇଁ ଧାର୍ଯ୍ୟ ହେଇଛି ୩୦୬୩ ବୁଥ । ସେଥି ମଧ୍ୟରୁ ୧୩ଟି ବୁଥକୁ ପିଙ୍କ ବୁଥରେ ପରିଣତ କରାଯିବ । ଏହା ସହିତ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ପିଙ୍କ ବୁଥ ରହିବ ବୋଲି ଜଣାପଡିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ୯୮ ଜଣ ମହିଳା କର୍ମଚାରୀଙ୍କୁ ସଦର ମହକୁମା ଛତ୍ରପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଓ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ୧୦ଟି ବୁଥକୁ ମଡେଲ ବୁଥରେ ପରିଣତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ମଡେଲ ବୁଥ ଗୁଡିକରେ ଭୋଟରଙ୍କୁ ସ୍ବତନ୍ତ୍ର ଭାବେ ସ୍ବାଗତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲେ । ଏହାଦ୍ବାରା ମତଦାନ ପାଇଁ ଭୋଟରଙ୍କ ଆଗ୍ରହ ବୃଦ୍ଧି ହେବା ସହ ସେମାନେ ଜଣେ ମର୍ଯ୍ୟାଦାଜନକ ଭୋଟର ଭାବେ ଗର୍ବ ଅନୁଭବ କରିବେ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details