ଭଞ୍ଜନଗର :ବାରହା ଶିକାର ପାଇଁ ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଚାଷୀ ମୃତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଉଛନ୍ତି ରଜନୀ ସ୍ବାଇଁ । ଗଞ୍ଜାମ ଜିଲ୍ଲା ବାଲିପଦର ଫାଣ୍ଡି ଅଧିନସ୍ତ ଗାନ୍ଧି ଗାଁରେ ଘଟିଛି ଅଘଟଣ । ସୂଚନା ମୁତାବକ ରବିବାର ସନ୍ଧ୍ୟାରେ ରଜନୀ ତାଙ୍କ ମା ସାରିଆଙ୍କ ସହ କଟାଯାଇଥିବା ଧାନକୁ ଘୋଡାଇବା ପାଇଁ ବିଲକୁ ଯାଇଥିଲେ।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଚାଷୀଙ୍କ ମୃତ୍ଯୁ - ଗଞ୍ଜାମ ଖବର
ବାରହା ଶିକାର ପାଇଁ ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଚାଷୀ ମୃତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲା ବାଲିପଦର ଫାଣ୍ଡି ଅଧିନସ୍ତ ଗାନ୍ଧି ଗାଁରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଚାଷୀଙ୍କ ମୃତ୍ଯୁ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଚାଷୀଙ୍କ ମୃତ୍ଯୁ
ହେଲେ ସେଠାରେ ବାରହା ଶିକାର ପାଇଁ ବିଛାଯାଇ ଥିବା ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ l ପରେ ରଜନୀଙ୍କୁ ଉଦ୍ଧାର କରିବା ପାଇଁ ସାରିଆ ଗ୍ରାମବାସୀଙ୍କୁ ଦୌଡ଼ି ଆସି ଜଣାଇଥିଲେ । ପୋଲିସ ଓ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଉ ମେଡ଼ିକାଲ ନିଆ ଯାଇଥିଲା। ବାରମ୍ବାର ବୁଗୁଡ଼ା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳୁଛି l ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ କେତେ ବେଳେ ବନ୍ୟଜନ୍ତୁ ଶିକାର ହେଉଛି ତ ଆଉ କେତେବେଳେ ମଣିଷର ମୃତ୍ୟୁ ହେଉଛି । ଏଥିପ୍ରତି ବନବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି l
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ