ଭଞ୍ଜନଗର: ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ହାତୀଗୁଡା ଗ୍ରାମରେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଟିକି ପୋଳେଇ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଗୁରୁବାର ଟିକି ବିଲରୁ ମୁଗ ଧରି ଘରକୁ ଫେରୁଥିବା ସମୟରେ ହଠାତ ବଜ୍ରପାତ ଘଟିବାରୁ ସେ ତଳେ ପଡିଯାଇଥିଲେ । ଏହାପରେ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।