ବ୍ରହ୍ମପୁର:ଗୁଣିଆ ସନ୍ଦେହରେ ଚଳନ୍ତା ଟ୍ରେନ୍ରେ ମହିଳାଙ୍କୁ ମାଡ଼ । ନିରାକାରପୁର ରେଳଷ୍ଟେସନ ନିକଟରେ ଏହି ଘଟଣା ଘଟିଥିବା କଥା କୁହାଯାଉଛି (women beaten by train passengers ) । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଟ୍ରେନ୍ର କିଛି ଯାତ୍ରୀ ଉତ୍ତେଜିତ ହୋଇ ଜଣେ ମହିଳାଙ୍କୁ ମାଡ଼ ମାରିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଭିଡିଓ ଉତ୍ତୋଳନ ପୂର୍ବରୁ ମହିଳାଙ୍କୁ ଯାତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ପଲାସାରୁ କଟକ ଯାଉଥିବା ଏକ ଡିଏମ୍ୟୁ ଗଞ୍ଜାମ ଜିଲ୍ଲାର ଜଣେ ମହିଳା ଯାତ୍ରା କରୁଥିଲେ । ତେବେ ସେ ଧରିଥିବା ବ୍ୟାଗ୍ରେ ମଇଁଷି ମୁଣ୍ଡ ସହ ଅନ୍ୟ ଏକ ପ୍ରାଣୀର କଙ୍କାଳ ନେଇ ଯାଉଥିବା ଟ୍ରେନ୍ର ଅନ୍ୟ ଯାତ୍ରୀ ସନ୍ଦେହ କରିଥିଲେ । ଏହାକୁ ନେଇ ମହିଳାଙ୍କୁ ବ୍ୟାଗ୍ ଖୋଲି ଦେଖାଇବାକୁ କହିଥିଲେ ଟ୍ରେନ୍ ଥିବା ଯାତ୍ରୀ । ଏହାକୁ ନେଇ ମହିଳା ଜଣକ ବିରୋଧ କରିବା ସହ କାମୁଡ଼ିବାକୁ ଗୋଡ଼ାଇଥିଲେ । ଏହାପରେ ବ୍ୟାଗ୍ରେ ରଖିଥିବା ହଳଦୀ ମିଶା ଚାଉଳ ଲୋକଙ୍କ ଉପରକୁ ଫୋପାଡ଼ିଥିଲେ ।