ବ୍ରହ୍ମପୁର: ଗଞ୍ଜାମ ଜିଲାର କଣ୍ଟିଆଗଡ଼ ନିକଟସ୍ଥ ବଟେଶ୍ବର ବେଳାଭୂମିରୁ ଏକ ୭୫ ଫୁଟ ତିମିର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସମୁଦ୍ର ପାଣିକୁ ଲାଗି ମୃତ ତିମି ମାଛଟି ପଡ଼ିଥିବା ବେଳେ ଖବରପାଇ ବନବିଭାଗ ବେଳାଭୂମିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଉଦ୍ଧାର ବେଳେ ବନବିଭାଗ କର୍ମକର୍ତ୍ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।
ବଟେଶ୍ବର ବେଳାଭୂମିରୁ 75 ଫୁଟ ତିମିର ମୃତଦେହ ଉଦ୍ଧାର - Whale fish deadbody found in beach
ବଟେଶ୍ବର ବେଳାଭୂମି କୂଳରୁ ଏକ ୭୫ ଫୁଟ ତିମିର ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...
ସମୁଦ୍ରକୂଳରୁ 75 ଫୁଟ୍ 'ତିମି'ର ମୃତଦେହ ଉଦ୍ଧାର
ମାଛଟିକୁ ଉଦ୍ଧାର ପରେ ମୃତଦେହକୁ ଗାତ ଖୋଲି ପୋତାଯିବା ବ୍ୟବସ୍ଥା କରାଯିବା ବୋଲି ବନାଞ୍ଚଳ ଅଧିକାରୀ ସୋମନାଥ ମଲ୍ଲିକ ସୂଚନା ଦେଇଛନ୍ତି । ଟ୍ରଲର କିମ୍ବା ଅଧିକ ବୟସ ହୋଇଥିବାରୁ ଏଭଳି ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଏହି ବିଶାଳକାୟ ତିମି ମାଛକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ତେବେ ଦୀର୍ଘ ଦିନ ହେବ ମାଛଟିର ମୃତ୍ୟୁ ହୋଇଥିବାରୁ ମାଛ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ