ଓଡିଶା

odisha

ETV Bharat / state

କଳିଙ୍ଗ ଘାଟିରେ ବସ୍ ଦୁର୍ଘଟଣା: ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପଶ୍ଚିମବଙ୍ଗରୁ ଆସିଥିବା ପ୍ରଶାସନିକ ଟିମ - କଳିଙ୍ଗ ଘାଟି ଦୁର୍ଘଟଣାରେ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ପଶ୍ଚିମବଙ୍ଗରୁ ଆସିଥିବା ପ୍ରଶାସନିକ ଟିମ୍

ଗଞ୍ଜାମ ଜିଲ୍ଲାର କଳିଙ୍ଗ ଘାଟିରେ ମର୍ମନ୍ତୁଦ ଟୁରିଷ୍ଟ ବସ ଦୁର୍ଘଟଣା ଘଟଣାରେ ପଶ୍ଚିମବଙ୍ଗର ଏକ ପ୍ରଶାସନିକ ଟିମଙ୍କ ବ୍ରହ୍ମପୁର ଗସ୍ତ । ଅଧିକ ପଢନ୍ତୁ

କଳିଙ୍ଗ ଘାଟିରେ ବସ୍ ଦୁର୍ଘଟଣା: ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ପଶ୍ଚିମବଙ୍ଗରୁ ଆସିଥିବା ପ୍ରଶାସନିକ ଟିମ୍
କଳିଙ୍ଗ ଘାଟିରେ ବସ୍ ଦୁର୍ଘଟଣା: ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ପଶ୍ଚିମବଙ୍ଗରୁ ଆସିଥିବା ପ୍ରଶାସନିକ ଟିମ୍

By

Published : May 26, 2022, 10:42 PM IST

Updated : May 26, 2022, 10:53 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କଳିଙ୍ଗ ଘାଟିରେ ମର୍ମନ୍ତୁଦ ଟୁରିଷ୍ଟ ବସ ଦୁର୍ଘଟଣା ଘଟଣାରେ ପଶ୍ଚିମବଙ୍ଗର ଏକ ପ୍ରଶାସନିକ ଟିମଙ୍କ ବ୍ରହ୍ମପୁର ଗସ୍ତ । ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକ ମାନେ ଦାରିଙ୍ଗବାଡିରୁ ଯାଇ ଫେରୁଥିବା ବେଳେ ବସର ବ୍ରେକ ପାଇପ ଫାଟିଯିବାରୁ ଏଭଳି ଅଘଟଣ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ‌। ମୃତଦେହ ଇତି ମଧ୍ୟରେ ସେମାନଙ୍କ ଗ୍ରାମରେ ପହଞ୍ଚିଥିବା ବେଳେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ପଶ୍ଚିମବଙ୍ଗରୁ ଆସିଥିବା ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ‌।

ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପଶ୍ଚିମବଙ୍ଗରୁ ଆସିଥିବା ପ୍ରଶାସନିକ ଟିମ

ଏହି ପ୍ରତିନିଧି ଦଳ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଯେଉଁ ଆହତ ମାନେ ପଶ୍ଚିମବଙ୍ଗ ଫେରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ନେବା ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଏହି ପ୍ରଶାସନିକ ଟିମ । ଗତକାଲି(ବୁଧବାର) ଏହି ଟିମ୍ ପହଞ୍ଚିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଏବଂ ଏମ.କେ.ସି.ଜି ମେଡିକାଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ଦୁର୍ଘଟଣା ଶିକାର ହୋଇଥିବା ସମସ୍ତ ଯାତ୍ରୀ ଉଦୟ ନାରାୟଣପୁରର ବୋଲି ଜଣାପଡିଛି । ଏବାବଦରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ଦୁର୍ଘଟଣା ଘଟିଥିବା ବସରେ ଡ୍ରାଇଭରକୁ ମିଶାଇ ମୋଟ 77 ଜଣ ଯାତ୍ରୀ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 26, 2022, 10:53 PM IST

ABOUT THE AUTHOR

...view details