ଓଡିଶା

odisha

ETV Bharat / state

ମତଦାନକୁ ନେଇ ଉତ୍ସାହିତ ଭୋଟର: ଯେଉଁଠି କାମ ସେଇଠି ଭୋଟ

ମତଦାନ ପାଇଁ ସମସ୍ତ ବୁଥ୍‌ରେ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Apr 11, 2019, 9:21 AM IST

ବ୍ରହ୍ମପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସାରା ରାଜ୍ୟରେ ଉତ୍ସାହ। ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳ 7ଟାରୁ ପୋଲିଂ ବୁଥ୍‌ରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳିଛି। ବିଶେଷ କରି ଛତ୍ରପୁରରେ ଭୋଟ୍‌ ଦେବାକୁ ନେଇ ଲୋକେ ଉତ୍ସାହିତ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ତେବେ ମତଦାନ ପାଇଁ ସମସ୍ତ ବୁଥ୍‌ରେ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ନିର୍ବାଚନ କମିଶନଙ୍କ ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରାଯାଇଛି। ଲୋକେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ଧାଡିରେ ଆସି ଭୋଟ୍‌ ଦେଉଛନ୍ତି। ତେବେ 121 ନମ୍ବର ବୁଥ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଭାବେ ହ୍ବିଲ ଚେୟାରର ବ୍ୟବସ୍ଥା ହୋଇଛି।

ସେହିପରି ଅତ୍ୟଧିକ ଗରମକୁ ଦୃଷ୍ଟିରେ ରଖି ଲୋକଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ତେବେ ଏଥର କାମକୁ ଦେଖି ଭୋଟ୍‌ ଦେବେ ବୋଲି ଭୋଟର କହିଛନ୍ତି । ଯିଏ କାମ କରିବ, ଲୋକଙ୍କ ସହ ରହିବ ତାକୁ ହିଁ ଭୋଟ୍‌ ମିଳିବ। ଉପଯୁକ୍ତ ପ୍ରାର୍ଥୀ ଚୟନ କରିବୁ ବୋଲି ଛତ୍ରପୁର ଭୋଟର କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details