ବ୍ରହ୍ମପୁର: ସହର ଉପକଣ୍ଠ ଅଞ୍ଚଳରେ ଆତଙ୍କରାଜ ଚଲାଉଥିବା ଜଣେ ବ୍ୟକ୍ତିକୁ ଗିରଫ କରିବାକୁ ନରେନ୍ଦ୍ରପୁର ଗ୍ରାମବାସୀଙ୍କ ପକ୍ଷରୁ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ରଙ୍କ ନିକଟରେ ଦାବି କରାଯାଇଛି। ଗ୍ରାମବାସୀ ମାନେ ଏସପିଙ୍କୁ ଭେଟିବା ସହ ଏହି ଦାବି ଜଣାଇଛନ୍ତି ।
ଅଭିଯୁକ୍ତକୁ ଗିରଫ ଦାବିରେ ଏସପିଙ୍କୁ ଗ୍ରାମବାସୀଙ୍କ ଗୁହାରୀ
ଆତଙ୍କ ସୃଷ୍ଟିକାରୀ ବ୍ୟକ୍ତିକୁ ଗିରଫ କରିବାକୁ ନରେନ୍ଦ୍ରପୁର ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ସୂଚନାଯୋଗ୍ୟ, ଗୋପାଳପୁର ଥାନା ଅଧିନସ୍ଥ ବଡ଼କୁଶସ୍ଥଳୀ ଗ୍ରାମର ଶିବ ସେଠୀ ଓ ତାର ସହଯୋଗୀ ମାନେ ସହର ଉପକଣ୍ଠ ନରେନ୍ଦ୍ରପୁର ଗ୍ରାମରେ ପ୍ରବେଶ କରି ଛୋଟ ବଡ ବ୍ୟବସାୟୀଙ୍କ ଠାରୁ ପିସ୍ତଲ ଦେଖାଇ ଦାଦା ବଟି ଆଦାୟ କରୁଛନ୍ତି । ଏହା ସହ ସମସ୍ତଙ୍କୁ ଭୟଭୀତ କରିବା ଭଳି କାର୍ଯ୍ୟ କରୁଛନ୍ତି । ସେମାନେ ମଧ୍ୟ ନିକଟସ୍ଥ ଟାଟା କଲୋନୀ, ଶୀତଳାପଲ୍ଲୀ, ବଡ଼ଗୁମୁଳା, ଲକ୍ଷ୍ମୀପୁର ଓ ଜାତୀୟ ରାଜପଥ ସାଧାରଣ ଜନତାଙ୍କୁ ଭୟଭୀତ କରୁଥିବାରୁ ପୋଲିସର ହସ୍ତକ୍ଷେପ ପାଇଁ ଦାବି କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ