ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ସାଉଥକୋର ମୁଖ୍ୟ ପ୍ରବନ୍ଧକ - ଆୟ ବର୍ହିଭୂତ ସମ୍ପତ୍ତି ଠୁଳ

ସାଉଥକୋର ମୁଖ୍ୟ ପ୍ରବନ୍ଧକଙ୍କ ଘରେ ଭିଜିଲାନ୍ସ ରେଡ। ଏକ କାଳୀନ 10ଟି ସ୍ଥାନରେ ଚଢାଉ ଜାରି। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jan 31, 2023, 1:05 PM IST

ଭିଜିଲାନ୍ସ ଜାଲରେ ସାଉଥକୋର ମୁଖ୍ୟ ପ୍ରବନ୍ଧକ

ବ୍ରହ୍ମପୁର:ଭିଜିଲାନ୍ସ ଜାଲରେ ଦକ୍ଷିଣାଞ୍ଚଳ ବିଦ୍ୟୁତ ବିତରଣ ସଂସ୍ଥା ସାଉଥକୋର ମୁଖ୍ୟ ପ୍ରବନ୍ଧକ ପ୍ରମୋଦ ଚୌଧୁରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରିଛି ଭିଜିଲାନ୍ସ । ପ୍ରମୋଦ ଚୌଧୁରୀଙ୍କ ଘର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କାଳୀନ ଚଢାଉ କରାଯାଇଛି । ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଚଢାଉ ଜାରି ରହିଛି । ବର୍ତ୍ତମାନ କେତେ ସମ୍ପତ୍ତି ଜବତ ହୋଇଛି ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ ।

ବର୍ତ୍ତମାନର ଟିପିଏସଓଡିଏଲ ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରବନ୍ଧକ ପ୍ରମୋଦ ଚୌଧୁରୀଙ୍କ କାର୍ଯ୍ୟ କରୁଛନ୍ତି । ବ୍ରହ୍ମପୁର ସହରର ସିଦ୍ଧାର୍ଥ ନଗର ପ୍ରଥମ ଲେନରେ ସେ ରହୁଥିବା ବେଳେ ଆଜି ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ ତାଙ୍କ ତିନି ମହଲା ଘରେ ଚଢାଉ କରିଥିଲା । ଏହାପରେ ସହରର ଆଙ୍କୁଲି ଅଞ୍ଚଳର ଶଶିଭୂଷଣ ନଗର ତୃତୀୟ ଲେନରେ ରହିଥିବା ଦୁଇ ମହଲା କୋଠା, ଗୋପାଳପପୁର ଥାନା ଅନ୍ତର୍ଗତ ହରିପୁରରେ ରହିଥିବା ଦୁଇ ମହଲା କୋଠା, ବ୍ରହ୍ମପୁର ନିକଟବର୍ତ୍ତୀ ଗଞ୍ଜୁ ଶିବ ମନ୍ଦିର ନିକଟରେ ରହିଥିବା ଫାର୍ମହାଉସ୍, ବ୍ରହ୍ମପୁର ସହରର ଲୋଚାପଡା ମୁଖ୍ୟରାସ୍ତାର ଷ୍ଟେଟ୍‌ବ୍ୟାଙ୍କ ନିକଟରେ ରହିଥିବା ଘର, ଆମ୍ୱପୁଆ ନିକଟରେ ଥିବା ଫ୍ଲାଟ୍‌ରେ ଚଢାଉ ହୋଇଛି ।

ସେହିପରି ଗଞ୍ଜାମ ଜିଲ୍ଲାର ବାଳକୃଷ୍ଣପୁରରେ ରହିଥିବା ପୈତୃକ ବାସଭବନ, ବ୍ରହ୍ମପୁର ସହରର ଲୋଚପଡା ମୁଖ୍ୟ ରାସ୍ତାରେ ରହିଥିବା ମାଁ ଭୌରବୀ ଟ୍ରେଡ୍‌ସ୍ ନାମରେ ଥିବା କାର୍ଯ୍ୟାଳୟ, ପୁରୀ ଜିଲ୍ଲାର ପିପିଲି ନିକଟରେ ଥିବା ଫ୍ଲାଟ, ବ୍ରହ୍ମପୁର ଟାଟା ପାୱାର କାର୍ଯ୍ୟାଳୟ ପରିସରରେ ଏକ କାଳୀନ ଚଢାଉ କରାଯାଇଛି । ବର୍ତ୍ତମାନ ଚଢାଉ ଜାରି ରହିଥିବା ବେଳେ ମୁଖ୍ୟ ପ୍ରବନ୍ଧକ ପ୍ରମୋଦ ଚୌଧୁରୀ କେତେ ପରିବାରର ସମ୍ପତ୍ତି ଠୁଳ କରିଛନ୍ତି ତାହା ଆଗାମୀ କିଛି ସମୟ ମଧ୍ୟରେ ସ୍ପଷ୍ଟ ହେବ । ସମ୍ପତ୍ତି ଆକଳନ ପରେ ଭିଜିଲାନ୍ସ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯିବ।

ଲାଞ୍ଚ ନେବାବେଳେ ଧରାପଡିଥିଲେ ବରିଷ୍ଠ କିରାଣି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ମହେନ୍ଦ୍ର ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସେ ଛୁଟିର ଦରମା କରାଇଦେବାକୁ ଯୋଡ଼ାର ପ୍ରାଣୀଧନ ଡାକ୍ତର ସୁବାଶିଷ ମହାପାତ୍ରଙ୍କଠାରୁ ଲାଞ୍ଚ ନେଉଥିଲେ । ଏହି ସମୟରେ ସେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଲାଞ୍ଚୁଆ ବାବୁଙ୍କଠାରୁ ୧୦ ହଜାର ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରି କେନ୍ଦୁଝର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ପଚରାଉଚରା କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details