ଓଡିଶା

odisha

ETV Bharat / state

ହାର୍ନିଆ ଅପରେସନ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ - ବ୍ରହ୍ମପୁର ଭିଜିଲାନ୍ସ

ହାର୍ନିଆ ଅପରେସନ ପାଇଁ 5000 ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭଞ୍ଜନଗରସ୍ଥିତ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ପିତାମ୍ବର ଦାଶ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

By

Published : Aug 22, 2019, 1:01 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରବାବୁଙ୍କ ଲାଞ୍ଚ ନେବା ପଡିଲା ମହଙ୍ଗା । ଡାକ୍ତର ପିତାମ୍ବର ଦାଶ ପଟାଙ୍ଗୀ ଗାଁର ଶଶୀ ବାରିକଙ୍କ ଠାରୁ ହାର୍ନିଆ ଅପରେସନ ପାଇଁ 5000 ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଏହାପରେ ଭିଜିଲାନ୍ସ ଦଳ ଉକ୍ତ ମେଡିକାଲ ଓ ତାଙ୍କର ଚାମ୍ବର ସମେତ ବାସଭବନରେ ଚଢାଉ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details