ଭଞ୍ଜନଗର :ଭିଜିଲାନ୍ସ ହାତରେ ସରକାରୀ ବାବୁ । ଲାଞ୍ଚ ନେଇ ଧରାପଡିଲେ ବୁଗୁଡ଼ା ଉଦ୍ୟାନ କୃଷି ବିଭାଗର ଓଭରସର ଉମା ଚରଣ ବେହେରା । 13 ଜଣ ଚାଷୀଙ୍କ ଠାରୁ ସବସିଡି କରାଇ ଦେବା କହି 26 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଗିରଫ ହୋଇଛନ୍ତି ।
ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ବିଭାଗର ଓଭରସର - ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ବିଭାଗର ଓଭରସର
ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ବିଭାଗର ଓଭରସର । 13 ଜଣ ଚାଷୀଙ୍କ ଠାରୁ ସବସିଡି କରାଇ ଦେବା କହି ନେଉଥିଲେ ଲାଞ୍ଚ । ଅଧିକ ପଢନ୍ତୁ....
ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ବିଭାଗର ଓଭରସର
ବୁଗୁଡା କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଓ ଲଣ୍ଡେଇ ସାହିରେ ଥିବା ତାଙ୍କ ବାସଭବନରେ ଏକକାଳୀନ ଚଢ଼ାଉ ଜାରିରହିଛି । କରଚୁଲି ଏବଂ ତାକରଡ଼ା ପଞ୍ଚାୟତର 13 ଜଣ ଚଷୀଙ୍କୁ ଋଣ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଚାଷୀଙ୍କୁ ଦୁଇ ହାଜର ଟଙ୍କା ଲାଞ୍ଚ ମାଗିଥିଲେ ଉମା ଚରଣ ବେହେରା । ତେରଜଣ ଚାଷୀଙ୍କ ମଧ୍ୟରୁ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ