ଓଡିଶା

odisha

ETV Bharat / state

ଗଞ୍ଜାମରେ ଅଜଣା ଜନ୍ତୁ ଆତଙ୍କ, ଖାଇଲାଣି 40 ଛେଳି - ଛେଳି

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାଡାଗୁଡା ଗ୍ରାମରେ ଏକ ଅଜଣା ଜନ୍ତୁର ଭୟ ଖେଳିଯାଇଛି ।

ଡିଜାଇନ ଫଟୋ

By

Published : Aug 17, 2019, 12:02 AM IST

ଗଞ୍ଜାମ: ଡରାଉଛି ଅଜଣା ଜନ୍ତୁ । ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ଜିଲ୍ଲା ଧରାକୋଟ ବ୍ଲକ ବାହାଡାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏହି ଭୟ । ଗ୍ରାମରେ ଅଜଣା ଜନ୍ତୁ ଘୂରି ବୁଲୁଥିବାର ଚର୍ଚ୍ଚା ଚାଲିଛି ।

ଗ୍ରାମର ଗଙ୍ଗା ଗୌଡ଼ ଓ ଆପନା ଗୌଡ଼ଙ୍କ ଗୁହାଳରେ ଗୁରୁବାର ରାତିରେ ଅଜଣା ଜନ୍ତୁର ଆକ୍ରମଣରେ 40 ଛେଳି ମୃତ ହୋଇଥିବା ସୂଚନା ରହିଛି । ତେବେ ଆଜି ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛି ଦିନର ନୀରବତା ପରେ ପୁଣି ଜିଲ୍ଲାରେ ଅଜଣା ଜନ୍ତୁର ଆତଙ୍କ ଦେଖିବାକୁ ମିଳିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details