ଓଡିଶା

odisha

ETV Bharat / state

ଗଞ୍ଜାମ ବସ ଟ୍ରାଜେଡି: ଶୋକସନ୍ତପ ପରିବାରକୁ ଟ୍ବିଟ ଯୋଗେ ମନ୍ତ୍ରୀଙ୍କ ସମବେଦନା - ବସ ଦୁର୍ଘଟଣା, 6 ମୃତ

ଗଞ୍ଜାମ ବସ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଢଙ୍ଗୀ। ଏହାସହ ଘଟଣାର ତୁରନ୍ତ ତଦନ୍ତ ପାଇଁ ଟ୍ବିଟ କରି ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ଅଧିକ ଖବର ପଢନ୍ତୁ...

_ganjam-bus-accident
ଗଞ୍ଜାମ ବସ ଟ୍ରାଜେଡି ; ଶୋକସନ୍ତପ ପରିବାରକୁ ଟ୍ବିଟ ଯୋଗେ ମନ୍ତ୍ରୀଙ୍କ ସମବେଦନା

By

Published : Feb 9, 2020, 6:29 PM IST

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରାର ଘଟିଥିବା ବସ ଦୁର୍ଘଟଣାରେ ଲିଭିଯାଇଛି 9 ଜଣଙ୍କ ଜୀବନଦୀପ। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି। ଏହାସହ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ତେବେ ବ୍ରହ୍ମପୁରର ଏହି ଅଭାବନୀୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ। ମନ୍ତ୍ରୀ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ଟ୍ବିଟ କରି ସମବେଦନା ଜଣାଇଛନ୍ତି ।

ଗଞ୍ଜାମ ବସ ଟ୍ରାଜେଡି ; ଶୋକସନ୍ତପ ପରିବାରକୁ ଟ୍ବିଟ ଯୋଗେ ମନ୍ତ୍ରୀଙ୍କ ସମବେଦନା

ସେହିପରି ଘଟଣା ବିଷୟରେ ଜାଣିବା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହାସହ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ଭବିଷ୍ୟତରେ ଯେପରି ଏପରି ଘଟଣା ନଘଟେ, ସେଥିପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।

ଗଞ୍ଜାମ ବସ ଟ୍ରାଜେଡି ; ଶୋକସନ୍ତପ ପରିବାରକୁ ଟ୍ବିଟ ଯୋଗେ ମନ୍ତ୍ରୀଙ୍କ ସମବେଦନା

ଏପଟେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଘଟଣା ପାଇଁ ବିଜୁଳି ବିଭାଗ ଓ ବସ ଡ୍ରାଇଭରଙ୍କୁ ଦୋଷ ଦେଇଛନ୍ତି । ଏହି ଘଟଣାର ତଦନ୍ତ ପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details