ଭଞ୍ଜନଗର: ‘ସହାୟ’ ଯୋଜନାରେ କୁଷ୍ଠ ରୋଗରୁ ମୁକ୍ତ ପରିବାରକୁ ପ୍ରଦାନ କରାଗଲା ଘରୋଇ ଉପକରଣ । ଭଞ୍ଜନଗରରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ପ୍ରଦାନ କରାଯାଇଛି ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଲେପରସି କଲୋନୀ ଚିଦାନନ୍ଦ କୁଷ୍ଠରୋଗ ଆଶ୍ରମରେ ସାମାଜିକ ସୁରକ୍ଷା ଏଵଂ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ତରଫରୁ ‘ସହାୟ’ ଯୋଜନାରେ କୁଷ୍ଠ ରୋଗରୁ ମୁକ୍ତ ହେଇଥିବା 19 ପରିବାରକୁ ବିଭିନ୍ନ ଘରୋଇ ଉପକରଣ କିଟ ପ୍ରଦାନ କରାଯାଇଛି | ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଉପସ୍ଥିତିରେ 19 ପରିବାରକୁ ଫାମିଲି କିଟ ପ୍ରଦାନ କରାଯାଇଛି |