ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ଥାନା ଗୁଡିଆଳି ଗ୍ରାମରେ ଅଭାବନୀୟ ଘଟଣା । ବିଷ ପିଇ ଜୀବନ ହାରିଲେ ଦୁଇ ଭଉଣୀ । ପାରିବାରିକ କଳହରୁ ବିଷ ପିଇଥିବା ସୂଚନା । ମୃତକ ଦୁଇ ଭଉଣୀ ହେଲେ ଜିତା ଭୂୟାଁ ଓ ଦିପା ଭୂୟାଁ । ସେପଟେ ଦୁଇ ଭଉଣୀଙ୍କ ବାପାଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।
ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦୁଇ ଭଉଣୀ - ଭଞ୍ଜନଗର
କବିସୂର୍ଯ୍ଯନଗର ଥାନା ଗୁଡିଆଳି ଗ୍ରାମରେ ଅଭାବନୀୟ ଘଟଣା । ବିଷ ପିଇ ଜୀବନ ହାରିଲେ ଦୁଇ ଭଉଣୀ । ପାରିବାରିକ କଳହରୁ ବିଷ ପିଇଥିବା ସୂଚନା । ମୃତକ ଦୁଇ ଭଉଣୀ ହେଲେ ଜିତା ଭୂୟାଁ ଓ ଦିପା ଭୂୟାଁ ।

ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
ସୂଚନା ଅନୁଯାୟୀ, ଦୁଇ ଝିଅ ବାପାର ଅତ୍ଯାଚାରରେ ଅତିଷ୍ଠ ହୋଇ ମୂଷାମରା ଔଷଧ କିଣି ଆଣି ଖାଇଦେଇଥିଲେ । ଏହି ଘଟଣା ଜଣାପଡିବା ପରେ ଗ୍ରାମବାସୀ ଦୁଇ ଭଉଣୀଙ୍କୁ ମେଡିକାଲ ନେଇଥିଲେ । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଭଉଣୀଙ୍କ ମୃତ୍ଯୁ ହୋଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ