ବ୍ରହ୍ମପୁର:ଋଷିକୂଲ୍ୟା ନଦୀରେ ଅଘଟଣ । ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଦୁଇ ଭାଇ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ମିଳିପାରି ନାହିଁ । ଏନେଇ ନଦୀରେ ଖୋଜାଖୋଜି ଜାରି ରଖିଛି ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ । ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ଘଟିଛି ଏହି ଅଭାବନୀୟ ଘଟଣା । ଉଭୟ ନାବାଳକ ହୋଇଥିବା ବେଳେ ଜଣଙ୍କ ନାମ କାହ୍ନୁ ଚରଣ ମହାନ୍ତି ଓ ଅନ୍ୟ ଜଣେ ହେଉଛନ୍ତି କୃଷ୍ଣ ଚନ୍ଦ୍ର ମହାନ୍ତି । କାହ୍ନୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ କୃଷ୍ଣଙ୍କ ପତ୍ତା ମିଳିପାରି ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ ପୁରଷୋତ୍ତମପୁର ଶୋଳଘରର ସନ୍ତୋଷ ମହାନ୍ତି ବ୍ରହ୍ମପୁରରେ ରହୁଥିବା ବେଳେ ଦୀପାବଳି ଉତ୍ସବ ପାଳନ କରିବା ଲାଗି ସୋମବାର ନିଜ ଗ୍ରାମକୁ ଆସିଥିଲେ। ତେବେ ଆଜି ତାଙ୍କର ଦୁଇ ପୁଅ କୃଷ୍ଣ ଚନ୍ଦ୍ର ମହାନ୍ତି ଓ କାହ୍ନୁ ଚରଣ ମହାନ୍ତି ସାଙ୍ଗ ହୋଇ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ ପାଣିସ୍ରୋତରେ ଭାସି ଯାଇଥିଲେ ।