ବ୍ରହ୍ମପୁର: ଗତକାଲି ଗଞ୍ଜାମ ଜିଲ୍ଲାରେ ଯେଉଁଭଳି ଭାବରେ ଡଙ୍ଗାରେ ଶ୍ରମିକ ଫେରିଲେ ତାକୁ ନେଇ ରାଜ୍ୟ ସରକାରଙ୍କ ମୁଣ୍ଡ ଘୁରିଛି। ଚେନ୍ନାଇରୁ ଗଞ୍ଜାମର ପାତିସୁନାପୁରରେ ୨୭ ଜଣ ପ୍ରବାସୀ ଓଡ଼ିଶାକୁ ଫେରିଛନ୍ତି ।
ଗଞ୍ଜାମ ଘଟଣାର ହେବ ତଦନ୍ତ, ବେଆଇନ ଭାବେ ଆସିଥିଲେ ହେବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ - କାର୍ଯ୍ୟାନୁଷ୍ଠାନ
ତାମିଲନାଡ଼ୁର ଜଳପଥରେ ଆସି ଗଞ୍ଜାମରେ ପହଁଚିଥିବା 37 ଜଣ ମତ୍ସ୍ୟଜୀବୀଙ୍କୁ ପ୍ରଶାସନ କ୍ବାରେଣ୍ଟାଇନରେ ରଖିଛି । କିନ୍ତୁ ଯଦି ସେମାନେ ବେଆଇନ ଭାବେ ଲୁଚିକି ଆସିଥିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଅଧିକ ପଢନ୍ତୁ...
transport-minister-on-boat
ତେବେ ଜଳପଥରେ ଏତେ ଲୋକ ଆସୁଥିବା ଖବର ସମସ୍ତଙ୍କୁ ଚକିତ କରିଛି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଘଟଣାର ତଦନ୍ତ ହେବ। ବର୍ତ୍ତମାନ ସମୟରେ ଡଙ୍ଗାରେ ଆସିବା ବେଆଇନ। ତେବେ ଆଗକୁ ଯେପରି ନହେବ ସେଥିପାଇଁ ସରକାର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ