ଓଡିଶା

odisha

By

Published : Sep 15, 2021, 9:56 AM IST

ETV Bharat / state

ପ୍ରଧାନଶିକ୍ଷକଙ୍କ ହାତରେ ରୂପାନ୍ତରିତ ସ୍କୁଲର ଦାୟିତ୍ବ: ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ପର୍ଯ୍ୟାୟରେ ୧୬୭ ଗୋଟି ଉଚ୍ଚ ବିଦ୍ୟାଳୟ ଗୁଡିକର ୫ଟି ଅନ୍ତର୍ଗତ ରୂପାନ୍ତର କାର୍ଯ୍ୟ ଚାଲୁ ରହିଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ସମସ୍ତ ବିଦ୍ୟାଳୟ ଗୁଡିକର ରୂପାନ୍ତର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଅନୁଷ୍ଠିତ ଭିଡିଓ କନଫରେନ୍ସ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ସଂପୃକ ଅଧିକାରୀ ମାନଙ୍କୁ ଅବଗତ କରାଇଛନ୍ତି । ଅଧିକ ପଢନ୍ତୁ...

ରୂପାନ୍ତରିତ ସ୍କୁଲ ଗୁଡିକର ଯତ୍ନ ପ୍ରଧାନଶିକ୍ଷକଙ୍କ ହାତରେ: ଗଞ୍ଜାମ ଜିଲ୍ଲାପାଳ
ରୂପାନ୍ତରିତ ସ୍କୁଲ ଗୁଡିକର ଯତ୍ନ ପ୍ରଧାନଶିକ୍ଷକଙ୍କ ହାତରେ: ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ବର୍ତ୍ତମାନ ରାଜ୍ୟରେ ଅନେକ ବିଦ୍ୟାଳୟଗୁଡ଼ିକର ରୂପାନ୍ତରିକରଣ କରାଯାଉଛି । ନୂଆ ରୂପ ପାଉଥିବା ବିଦ୍ୟାଳୟଗୁଡିକର ଯତ୍ନ ପ୍ରଧାନଶିକ୍ଷକ ଗଣ ନେବା ଆବଶ୍ୟକ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ପର୍ଯ୍ୟାୟରେ ୧୬୭ ଗୋଟି ଉଚ୍ଚ ବିଦ୍ୟାଳୟ ଗୁଡିକର ୫ଟି ଅନ୍ତର୍ଗତ ରୂପାନ୍ତର କାର୍ଯ୍ୟ ଚାଲୁ ରହିଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ସମସ୍ତ ବିଦ୍ୟାଳୟ ଗୁଡିକର ରୂପାନ୍ତର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଅନୁଷ୍ଠିତ ଭିଡିଓ କନଫରେନ୍ସ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ସଂପୃକ ଅଧିକାରୀ ମାନଙ୍କୁ ଅବଗତ କରାଇଛନ୍ତି ।

ରୂପାନ୍ତରୀକରଣ ହେଉଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକ ନିମନ୍ତେ ଜାରି କରାଯାଇଥବା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ ବୋଲି କହିଛନ୍ତି ଜିଲ୍ଲାପାଳ । ବ୍ୟବହୃତ ହେଉଥିବା ସାମଗ୍ରୀ ଗୁଡିକର ଗୁଣବତ୍ତା ଦିଗରେ କୌଣସି ସଲାସୁତୁରା ନ କରିବାକୁ କୁହାଯାଇଛି । ବ୍ୟବହାର ହେଉଥିବା ସାମଗ୍ରୀ ଉତ୍ତମ ମାନର ହେବା ଦ୍ବାରା ଭିତ୍ତଭୂମି ଦୀର୍ଘସ୍ଥାୟୀ ହୋଇ ରହିବ । ସ୍ମାର୍ଟ ଶ୍ରେଣୀ ଗୃହ, ଇ-ପାଠାଗାର, ବିଜ୍ଞାନ ଲ୍ୟାବ୍‌, ପରିଶ୍ରାଗାର, ଖେଳ ପଡିଆ, ବୃକ୍ଷରୋପଣ, ଛାତ୍ରାବାସ ରୂପାନ୍ତର ଦିଗରେ ଆକର୍ଷଣୀୟ ମନଲୋଭା ଓ ସୌନ୍ଦର୍ଯ୍ୟକରଣ ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି । ଗଠିତ ହୋଇଥିବା ଭିତ୍ତି ଭୂମିର ଯତ୍ନ ନେବା ଦିଗରେ ପ୍ରଧାନଶିକ୍ଷକ ଗଣ ଗୁରୁତ୍ବ ଦେବା ଦିଗରେ ତତ୍ପରତା ପ୍ରକାଶ କରିବା ପାଇଁ କହିଛନ୍ତି ଜିଲ୍ଲାପାଳ ।

ବ୍ୟବହାର ବିନା ସାମଗ୍ରୀ ଗୁଡିକ ପଡି ରହି ଖରାପ ହେଲେ ତାହାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସମସ୍ତ ଶିକ୍ଷକ ମାନଙ୍କୁ ଜଣାଇଛନ୍ତି । ସମସ୍ତ ୧୬୭ ଟି ଉଚ୍ଚ ବିଦ୍ୟାଳୟର କାର୍ଯ୍ୟ ମାର୍ଚ୍ଚ ମାସ ଶେଷ ସୁଦ୍ଧା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଦ୍ୟାଳୟ ଗୁଡିକର ବର୍ତ୍ତମାନ ସ୍ଥିତି କଣ ରହିଛି ଏବଂ କେଉଁ ସବୁ ପରିବର୍ତ୍ତନର ଆବଶ୍ୟକତା ରହିଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ପାଇଁ ଜଣାଇଛନ୍ତି । ଦୂର ଦୂରାନ୍ତ ଅଞ୍ଚଳରେ ରହିଥିବା ଉଚ୍ଚ ବିଦ୍ୟାଳୟ ଗୁଡିକର ପାରିପାର୍ଶ୍ବରେ ଯଥେଷ୍ଟ ସ୍ଥାନ ରହିଛି । ସେଗୁଡିକର ବିକାଶ ଦିଗରେ କୌଣସି ଅସୁବିଧା ନାହିଁ । ଏଣୁ ବିଦ୍ୟାଳୟର ପରିସର ବୃଦ୍ଧି କରି ସୌନ୍ଦର୍ଯ୍ୟକରଣ ଓ ଆକର୍ଷଣୀୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ସମସ୍ତ ୨୨ ଟି ବ୍ଲକରେ କାର୍ଯ୍ୟକାରୀ ହେଉଥିବା ଉଚ୍ଚ ବିଦ୍ୟାଳୟର ରୂପାନ୍ତର ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧି ଦତ୍ତାତ୍ରୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କିର୍ତ୍ତୀ ୱାସନ୍, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଶିକ୍ଷା ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ABOUT THE AUTHOR

...view details