ଓଡିଶା

odisha

ETV Bharat / state

ଧୋକା ଦେଲା ପ୍ରେମିକ, ଥାନାରେ ଅଡି ବସିଛି ପ୍ରେମିକା - ଧୋକା ଦେଲା ପ୍ରେମିକ

ଗଞ୍ଜାମ କବିସୂର୍ଯ୍ୟନଗରରେ ପ୍ରେମ ବିବାହ ପରେ ପ୍ରେମିକ ଫେରାର । ଏବେ ଥାନାରେ ଏତଲା ଦେଇ ପ୍ରେମିକକୁ ଖୋଜି ଆଣିବାକୁ ଅଡି ବସିଛି ପ୍ରେମିକା ।

ଡିଜାଇନ ଫଟୋ

By

Published : Aug 25, 2019, 5:46 PM IST

ଭଞ୍ଜନଗର: ପ୍ରଥମେ ପ୍ରେମ ବିବାହ । ଆଉ ପରେ ଧୋକା ଦେଇ ପ୍ରେମିକ ଫେରାର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ କବିସୂର୍ଯ୍ୟନଗରରେ । ଏବେ ଥାନାରେ ଏତଲା ଦେଇ ପ୍ରେମିକକୁ ଖୋଜି ଆଣିବାକୁ ଅଡି ବସିଛି ପ୍ରେମିକା । ଯୁବତୀ ଜଣଙ୍କ ଥାନାରେ ଗତ 4 ଦିନ ହେଲା ଏତଲା ଦେଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଞ୍ଜାମ

ଯେ ପର୍ଯ୍ୟନ୍ତ ଯୁବକ ଜଣକ ନ ଆସିଛି ସେ ପର୍ଯ୍ୟନ୍ତ ଥାନାରୁ ଯିବି ନାହିଁ ବୋଲି ଯୁବତୀ ଜଣକ କହିଛନ୍ତି । ଗତ 4 ଦିନ ହେଲା ଥାନାରେ ରହୁଥିବା ବେଳେ ଜଣେ ମହିଳା ପୋଲିସ ତାଙ୍କୁ ମାଡ ମାରି ଘରକୁ ଯିବା ପାଇଁ କହୁଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ହେଲେ ଏହାର ପ୍ରତି ଉତ୍ତରରେ ଯୁବତୀ ଜଣଙ୍କ ସ୍ବାମୀଙ୍କୁ ଖୋଜି ଆଣି ନଦେବା ଯାଏ ଥାନା ଛାଡି କୁଆଡେ ଯିବେନି ବୋଲି ସଫା ସଫା କହିଛନ୍ତି । ମାତ୍ର ଏ ସମ୍ପର୍କରେ ପୋଲିସ କିଛି କହିବାକୁ ମନା କରିଦେଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details