ଓଡିଶା

odisha

ETV Bharat / state

ମଧ୍ୟରାତ୍ରରେ ସ୍ଥାପନ ହେବ ବୁଢୀ ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି - ମଧ୍ୟରାତ୍ରରେ ସ୍ଥାପନ ହେବ ବୁଢୀ ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି

ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା'ବୁଢୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଶୁଭଖୁଣ୍ଟି । ଯାତ୍ରା ପାଇଁ ଧାର୍ଯ୍ୟ ହେବ ଦିନ । ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏ ସମ୍ବନ୍ଧରେ ଯାତ୍ରାର ମୁଖ୍ୟ ପରିଚାଳକ ପି.ଦୁର୍ଗା ପ୍ରସାଦ ଦେଶୀ ବେହେରାଙ୍କ ସହିତ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ..

ମଧ୍ୟରାତ୍ରରେ ସ୍ଥାପନ ହେବ ବୁଢୀ ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି
ମଧ୍ୟରାତ୍ରରେ ସ୍ଥାପନ ହେବ ବୁଢୀ ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି

By

Published : Mar 19, 2021, 8:01 PM IST

ବ୍ରହ୍ମପୁର: ବାଜିଲା ଧଣ୍ଡୁରା । ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ମଧ୍ୟରାତ୍ରରେ ପାରମ୍ପାରିକ ରୀତିନୀତି ଅନୁଯାଯୀ ସ୍ଥାପନ ହେବ ଶୁଭଖୁଣ୍ଟି । ବ୍ରହ୍ମପୁର ସହରର ଆରାଧ୍ୟ ଦେବୀ ମାଆ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନେଇ ଆରମ୍ଭ ହୋଇଯାଇଛି ସମସ୍ତ ପ୍ରକାର ପ୍ରସ୍ତୁତି ।

ମଧ୍ୟରାତ୍ରରେ ସ୍ଥାପନ ହେବ ବୁଢୀ ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି

ମା’ ଙ୍କ ବାପ ଘର ବୋଲାଉଥିବା ଦେଶୀ ବେହେରା ସାହି ସମେତ ଆଖପାଖ ଅଞ୍ଚଳରେ ସହରବାସୀ ଯାତ୍ରା କୁ ସହଯୋଗ କରିବା ପାଇଁ ଏହି ଧେଣ୍ଡୁରା ମାଧ୍ୟମରେ ମାଆ ଙ୍କ ଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ରାତ୍ର ସମୟରେ ସାଧାରଣ ବୈଠକରେ ଯାତ୍ରାର ପାରମ୍ପାରିକ ସିଦ୍ଧାନ୍ତୀ ଭି.ବାସୁଦେବ ଶାସ୍ତ୍ରୀ ସିଦ୍ଧାନ୍ତୀ ସୂଚନା ଦେବେ କେବେ ମା’ଙ୍କ ଯାତ୍ରା ଆରମ୍ଭ ହେବ ଏବଂ କେବେ ଶେଷ ହେବ ସେ ନେଇ ଶୁଭଲଗ୍ନର ସୂଚନା ପ୍ରଦାନ କରିବେ ।

ମଧ୍ୟରାତ୍ରରେ ସ୍ଥାପନ ହେବ ବୁଢୀ ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି

ରାତ୍ର ୯ଟା ଠାରୁ ୧୧ଟା ମଧ୍ୟରେ ମା’ଙ୍କ ବାପଘର ଦେଶୀ ବେହେରା ସାହିରେ ମାଆଙ୍କ ଆଗମନ ତାରିଖ ଏବଂ କେତେ ଦିନ ଯାତ୍ରା ହେବ ତାହାକୁ ସ୍ପଷ୍ଟ କରିବା ପରେ ମଧ୍ୟରାତ୍ରୀ ୧୨ ଟା ଠାରୁ ବିଳମ୍ବିତ ରାତ୍ର ୩ଟା ମଧ୍ୟରେ ଶୁଭଖୁଣ୍ଟି ସ୍ଥାପନ ହେବ । ଏହା ପରେ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନ କୁ ଯାତ୍ରା ସମ୍ପର୍କିତ ସମୟ ସୀମା ଜଣାଇବେ ।

ମଧ୍ୟରାତ୍ରରେ ସ୍ଥାପନ ହେବ ବୁଢୀ ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି

ପ୍ରତି ଦୁଇ ବର୍ଷରେ ଥରେ ପାଳନ ହୁଏ ପାରମ୍ପାରିକ ମାଆ ବୁଢୀ ଠାକୁରାଣୀ ଯାତ୍ରା । ଏହି ଯାତ୍ରାରେ ମା’ ବୁଢୀ ଠାକୁରାଣୀ ନିଜ ବାପ ଘର ଯାଇଥାନ୍ତି । ବ୍ରହ୍ମପୁର ସହରର ଦେଶୀ ବେହେରା ସାହି ହେଉଛି ମାଆଙ୍କ ବାପ ଘର । ଚୈତ୍ର ମାସରେ ମା’ଙ୍କ ଯାତ୍ରା ପୂର୍ବରୁ ଶୁଭଖୁଣ୍ଟି ସ୍ଥାପନ ପାଇଁ ସ୍ଥିର ହୋଇଥାଏ ତିଥି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଚଳିତ ବର୍ଷ କଟକଣା ମଧ୍ୟରେ କିପରି ଆୟୋଜନ କରାଯିବ, ସେନେଇ ବୈଠକ ସରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ABOUT THE AUTHOR

...view details