ବ୍ରହ୍ମପୁର: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡିଶା ଗସ୍ତରେ ଆସୁଛନ୍ତି । ଗସ୍ତ ସୂଚୀରେ ଗଞ୍ଜାମର ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ସେ । ଏହାକୁ ନେଇ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାୟୁସେନାର ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ୨.୪୦ ମିନିଟ୍ରେ ପହଞ୍ଚିବେ ରାଷ୍ଟ୍ରପତି। ପରେ ସେଠାରୁ ସିଧାସଳଖ ବ୍ରହ୍ମପୁର ଉପକଣ୍ଠସ୍ଥ ରଙ୍ଗେଇଲୁଣ୍ଡା ଏୟାରଷ୍ଟିପରେ ଦିନ ୩.୩୦ ମିନିଟ୍ ରେ ଅବତରଣ କରିବେ।
ସେଠାରେ ପହଞ୍ଚିବା ପରେ ଆର୍ମି ଏୟାର ଡିଫେନ୍ସ କଲେଜର କମାଣ୍ଟାଟଙ୍କ ସମେତ ଅନ୍ୟ ଅଧିକାରୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ସହ କଲେଜ ପରିସରକୁ ପାଛୋଟି ନେବେ । ଆର୍ମି ଏୟାର ଡିଫେନ୍ସ କଲେଜରେ ଥିବା ସ୍ବତନ୍ତ୍ର କକ୍ଷରେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସକାଳ ସମୟରେ ରାଷ୍ଟ୍ରପତି ଆର୍ମି ଏ.ଡି କଲେଜର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେଠାରୁ ରାଜଧାନୀ ଫେରିଯିବେ ବୋଲି ସୂଚନା ମିଳିଛି ।