ଓଡିଶା

odisha

ETV Bharat / state

ଆତ୍ମ ସୁରକ୍ଷା ପାଇଁ ସରକାରୀ ବନ୍ଧୁକ ନେଇ ଯାତାୟତ କରିପାରିବେ ବନ କର୍ମଚାରୀ: ପ୍ରଦୀପ ଅମାତ

Security Arrangements For Forest Officials: ଏଥର ଆତ୍ମ ସୁରକ୍ଷା ପାଇଁ ବନ କର୍ମଚାରୀ ଜଙ୍ଗଲ ମଧ୍ୟକୁ ସରକାରୀ ବନ୍ଧୁକ ନେଇ ଯାତାୟତ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ଅଧିକ ପଢନ୍ତୁ

security arrangement
ବନ କର୍ମଚାରୀଙ୍କ ସୁରକ୍ଷା

By ETV Bharat Odisha Team

Published : Jan 7, 2024, 10:47 PM IST

Updated : Jan 8, 2024, 3:15 PM IST

ବନ କର୍ମଚାରୀଙ୍କ ସୁରକ୍ଷା

ବ୍ରହ୍ମପୁର: ବନ କର୍ମଚାରୀଙ୍କ ସୁରକ୍ଷା ଦିଗରେ ସରକାରଙ୍କ ପଦକ୍ଷେପ । ବନ କର୍ମଚାରୀଙ୍କ କରାଗଲା ପାଇଁ ସ୍ବତନ୍ତ୍ର ଅସ୍ତ୍ରଶସ୍ତ୍ରର ବ୍ୟବସ୍ଥା । ଏଥର ଆତ୍ମ ସୁରକ୍ଷା ପାଇଁ ବନ କର୍ମଚାରୀ ଜଙ୍ଗଲ ମଧ୍ୟକୁ ସରକାରଙ୍କ ବନ୍ଧୁକ ନେଇ ଯାତାୟତ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ସେ କହିଛନ୍ତି, ବନ ବିଭାଗର କର୍ମଚାରୀମାନେ ଜଙ୍ଗଲ ସୁରକ୍ଷା ପାଇଁ ସଦାସର୍ବଦା କାର୍ଯ୍ୟ କରି ଆସୁଛନ୍ତି । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ପ୍ରକୃତି ପ୍ରେମୀ । ତେଣୁ ଜଙ୍ଗଲରେ ଶିକାରୀଙ୍କ ପ୍ରାଦୃଭାବ ରହୁଥିବାରୁ ତାହାକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି । ବନ କର୍ମଚାରୀଙ୍କ ପାଇଁ ଅସ୍ତ୍ରଶସ୍ତ୍ରର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେମାନେ ନିଜ ନିଜର ଆତ୍ମସୁରକ୍ଷା ପାଇଁ ଜଙ୍ଗଲରେ ଯାତାୟତ ସମୟରେ ବନ୍ଧୁକ ନେଇ ଯାଇପାରିବେ ।"

ବ୍ରହ୍ମପୁରରେ ଅଣଗ୍ୟାଜେଟେଡ୍ ବନ ସେବା ସଂଘର ରାଜ୍ୟ ସମ୍ମିଳନୀରେ ଯୋଗଦାନ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ କହିଛନ୍ତି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଏହି ବୈଠକରେ ବନ କର୍ମଚାରୀଙ୍କ ସୁରକ୍ଷାଠାରୁ ଆରମ୍ଭ କରି ୭ ଦଫା ଦାବି ଉପସ୍ଥାପନ କରିଥିଲେ ସଂଙ୍ଘର କର୍ମକର୍ତ୍ତା। ଯାହାକୁ ନେଇ ବୈଠକରେ ଜଙ୍ଗଲ ସୁରକ୍ଷାରେ ବନ କର୍ମଚାରୀଙ୍କ ଭୂମିକା ଉପରେ ବିସୃତ ଭାବରେ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଥମିବାର ନାଁ ନେଉନି ହାତୀ ମୃତ୍ୟୁ, ସଚେତନତାରେ ସୀମିତ ଜଙ୍ଗଲ ବିଭାଗ


ସ୍ଥାନୀୟ ଡାଇମଣ୍ଡ ଜୁବୁଲୀ ଟାଉନ ହଲ ପରିସରରେ ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ ସଞ୍ଜୟ କୁମାର ସ୍ୱାଇଁ, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ ଆନନ୍ଦ, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ରାଜ୍ୟରେ କାର୍ଯ୍ୟରତ ବନ କର୍ମଚାରୀଙ୍କ ସୁରକ୍ଷା , ବିଭିନ୍ନ ସମସ୍ୟା , ଖାଲି ରହିଥିବା ପଦବୀ ପୂରଣ , ପଦୋନ୍ନତି ବାବଦରେ ଆଲୋଚନା କରାଯାଇଥିଲା । ସେହିପରି "ବିଭାଗ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ପାଇଁ ଗୁରୁତ୍ଵ ଦେବା ସହ ଏକକ ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବର୍ଜନ କରିଛି । ବୃକ୍ଷର ସୁରକ୍ଷାକୁ ଦୃଷ୍ଟିରେ ରଖି ପେପରଲେସ ବିଭାଗ କରିବାକୁ ଗୁରୁତ୍ଵ ଦେବା ସହ କାଗଜର ପ୍ରତିଟି ପାର୍ଶ୍ଵକୁ ବ୍ୟବହାର କରୁଛି" ବୋଲି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କହିଥିଲେ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 8, 2024, 3:15 PM IST

ABOUT THE AUTHOR

...view details