ଓଡିଶା

odisha

ETV Bharat / state

ତାତିରୁ ମୁକ୍ତି, ଦକ୍ଷିଣ ଓଡିଶାରେ ଘୁର୍ଣ୍ଣିଝଡ ଓ ବଜ୍ରପାତ ଆଶଙ୍କା

ଆଜି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡିଶାରେ ବଜ୍ରପାତ ହେବାର ଆଶଙ୍କା ରହିଛି । ସେହିପରି ଗଞ୍ଜାମ ଓ ଗଜପତିରେ ଝଡ଼ତୋଫାନ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Mar 28, 2019, 6:39 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗତକାଲି ଅପେକ୍ଷା ଆଜି ରାଜ୍ୟର କିଛି ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି । ହେଲେ ମାଲକାନଗିରିରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ଅନ୍ୟପଟେ ଆଜି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡିଶାରେ ବଜ୍ରପାତ ହେବାର ଆଶଙ୍କା ରହିଛି । ସେହିପରି ଗଞ୍ଜାମ ଓ ଗଜପତିରେ ଝଡ଼ତୋଫାନ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ତାପମାତ୍ରା 35 ଡିଗ୍ରୀ ଉପରକୁ ରହିଛି । ଆଜି ଟିଟିଲାଗଡ଼ରେ ତାପମାତ୍ରା 38 ଡିଗ୍ରୀ ରେକର୍ଡ କରିଛି । ଆସନ୍ତା 31 ଓ 1 ରେ ହାରାହାରି ସବୁ ଜିଲ୍ଲାରେ ବର୍ଷା ସହ ଘଡଘଡି ହେବା ପୂର୍ବାନୁମାନ କରିଛିପାଣିପାଗ ବିଭାଗ । ତେବେ ଗଞ୍ଜାମ, ଗଜପତିକୁ ଛାଡିଦେଲେ ଆଜିଠାରୁ 3 ଦିନ ଧରି ତାପମାତ୍ରା 2 ରୁ 3 ଡିଗ୍ରୀ ବୃଦ୍ଧି ହେବା ସହ ଆସନ୍ତା ମାର୍ଚ୍ଚ 31ରେ ପାଗ ବଦଳିବ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details