ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ, ଜିଲ୍ଲାରେ କାର୍ଯ୍ୟରତ ଥିବା ଜଣେ କନେଷ୍ଟବଳଙ୍କୁ ଗୁରଫ କରିଛି । ନକଲି ମଦ ପ୍ରସ୍ତୁତି କାରବାରରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ କନେଷ୍ଟବଳ ସମେତ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନେ ହେଲେ ଚିନ୍ତାମଣି ବାରିକ, ବାବୁ ସାହୁ ଓ ରନଜ ଦାସ ।
ନକଲି ମଦ ପ୍ରସ୍ତୁତ କରୁଥିଲେ, ଧରାପଡିଲେ ପୋଲିସ କନେଷ୍ଟବଳ - ବ୍ରହ୍ମପୁର କନେଷ୍ଟବଳ ଗିରଫ ଖବର
ବ୍ରହ୍ମପୁର ପୋଲିସ, ଜିଲ୍ଲାରେ କାର୍ଯ୍ୟରତ ଥିବା ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । ନକଲି ମଦ ପ୍ରସ୍ତୁତି କାରବାରରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ କନେଷ୍ଟବଳ ସମେତ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଅଧିକ ପଢନ୍ତୁ
ନକଲି ମଦ ପ୍ରସ୍ତୁତ କରି ଧରାପଡିଲେ ପୋଲିସ କନେଷ୍ଟବଳ
ଏହି ଘଟଣାରେ ବହୁ ପରିମାଣର ନକଲି ବ୍ରାଣ୍ଡର ବିଦେଶୀ ମଦ, ଦୁଇ ଲିଟର ସ୍ପିରିଟ, ଏକ ଲିଟର ମଦ ପ୍ରସ୍ତୁତ କରୁଥିବା କଲର ସହ ନକଲି ମଦ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା ବୋତଲ ଓ ଠିପିକୁ ଜବତ କରାଯାଇଛି । କୈଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ସହରର ବଡ଼ବଜାର ଥାନା ପୋଲିସ ସହରର ଭୈରବୀ ମାର୍କେଟ ଦେଇ ନକଲି ବିଦେଶୀ ମଦ ଯାଉଥିବା ଏକ ଅଟୋ ଉପରେ ଚଢାଉ କରାଯାଇଥିଲା । ଏଥିରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମାନେ ହେଲେ ଚିନିମିନି ବାରିକ, ବାବୁ ସାହୁ ଓ ରନଜ ଦାସ ବୋଲି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
TAGGED:
ବ୍ରହ୍ମପୁର କନେଷ୍ଟବଳ ଗିରଫ ଖବର